କାଲି ପୁଣି ଆସିବେ ଅମିତ ଶାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସିବେ। ଆଜି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଅମିତ ଶାହ ପୁରୀରରେ ଏକ ରୋଡ୍ ଶୋ’ କରିବେ। ସିଂହଦ୍ୱାରରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଏହି ରୋଡ୍ ଶୋ’ ହେବ। ଏହା ପୂର୍ବରୁ ଗତ ରବିବାର ଅମିତ ଶାହ ଓଡ଼ିଶା ଆସି ଗଞ୍ଜାମର ପୋଲସରା ଓ ବରଗଡ଼ରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। […]

amitshah

amitshah

Jitendra Garnayak
  • Published: Monday, 08 April 2019
  • Updated: 08 April 2019, 12:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସିବେ। ଆଜି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଅମିତ ଶାହ ପୁରୀରରେ ଏକ ରୋଡ୍ ଶୋ’ କରିବେ। ସିଂହଦ୍ୱାରରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଏହି ରୋଡ୍ ଶୋ’ ହେବ।

ଏହା ପୂର୍ବରୁ ଗତ ରବିବାର ଅମିତ ଶାହ ଓଡ଼ିଶା ଆସି ଗଞ୍ଜାମର ପୋଲସରା ଓ ବରଗଡ଼ରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏପ୍ରିଲ୍ ୧ରେ ମଧ୍ୟ ସେ ଓଡ଼ିଶା ଆସିଥିଲେ। ସେହିଦିନ ସେ ପାରଳାଖେମୁଣ୍ଡିରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ।

ଗୋଲକ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍ ୧୫ କିମ୍ବା ୧୬ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ସେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସୂଚନାଯୋଗ୍ୟ, ୟା ଭିତରେ ପ୍ରଧାନମନ୍ତ୍ରୀ କୋରାପୁଟର ଜୟପୁର, କଳାହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭା କରି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos