‘ଅମ୍ଫାନ’ ବାତ୍ୟାରେ ୪୪ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ଓଡ଼ିଶା ସ୍ଥଳଭାଗକୁ ଛୁଇଁନଥିଲେ ମଧ୍ୟ ଏହାର ମାଡ଼ରେ କ୍ଷତାକ୍ତ ହୋଇଛି ଉତ୍ତର ଉପକୂଳ ବାଲେଶ୍ୱରୁରୁ ଜଗତସିଂହପୁର ଯାଏଁ । ୪ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୦ ଜିଲ୍ଲାର ୮୯ ବ୍ଲକର ପ୍ରାୟ ୪୪ ଲକ୍ଷରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ  ହୋଇଛନ୍ତି । ନଷ୍ଟ ହୋଇଛି ଲକ୍ଷେ ହେକ୍ଟରରୁ ଅଧିକ ଜମିରେ ଫସଲ। ବିଦ୍ୟୁତ ଭିତ୍ତିଭୂମି ବି ଅନେକ ଜାଗାରେ କ୍ଷତିଗ୍ରସ୍ତ ହୋଇଛି।  କେନ୍ଦ୍ର କ୍ୟାବିନେଟ୍ ସଚିବ ଆଜି ବାତ୍ୟା […]

n-9098

n-9098

Tapas Behera
  • Published: Thursday, 21 May 2020
  • Updated: 21 May 2020, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ଓଡ଼ିଶା ସ୍ଥଳଭାଗକୁ ଛୁଇଁନଥିଲେ ମଧ୍ୟ ଏହାର ମାଡ଼ରେ କ୍ଷତାକ୍ତ ହୋଇଛି ଉତ୍ତର ଉପକୂଳ ବାଲେଶ୍ୱରୁରୁ ଜଗତସିଂହପୁର ଯାଏଁ । ୪ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୦ ଜିଲ୍ଲାର ୮୯ ବ୍ଲକର ପ୍ରାୟ ୪୪ ଲକ୍ଷରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ  ହୋଇଛନ୍ତି । ନଷ୍ଟ ହୋଇଛି ଲକ୍ଷେ ହେକ୍ଟରରୁ ଅଧିକ ଜମିରେ ଫସଲ। ବିଦ୍ୟୁତ ଭିତ୍ତିଭୂମି ବି ଅନେକ ଜାଗାରେ କ୍ଷତିଗ୍ରସ୍ତ ହୋଇଛି।  କେନ୍ଦ୍ର କ୍ୟାବିନେଟ୍ ସଚିବ ଆଜି ବାତ୍ୟା ପରବର୍ତ୍ତୀ ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ବାତ୍ୟା ଅମ୍ପାନ ମାଡ଼ରେ ଆକ୍ତାମାକ୍ତା ହୋଇଛି।

ଏସବୁ ଜିଲ୍ଲାର ଅଧିକାଂଶ ଅଂଚଳ  ପ୍ରବଳ ପବନ ଓ ବର୍ଷାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, କୁଜଙ୍ଗ, ବାଲିକୁଦା ଓ ପାରାଦୀପ ବିଶେଷ  ପ୍ରଭାବିତ ହୋଇଛି । ଉପୁଡି ପଡିଛି ଗଛ, ନଷ୍ଟ ହୋଇଛି ଏକର ଏକର ପାନବରଜ । ଏମିତିକି ପାରଦୀପ-କଟକ ମୁଖ୍ୟରାସ୍ତା ବି କିଛି ଘଣ୍ଟା ପାଇଁ ଅବରୋଧ ହୋଇଥିଲା।

ଜିଲ୍ଲାର କିଛି ଅଂଚଳରେ ଏବେ ବି ବିଦ୍ୟୁତ ସେବା ସ୍ୱାଭାବିକ୍‌ ହୋଇପାରିନି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର ସମେତ ବିଭିନ୍ନ ବ୍ଲକ ବି ପ୍ରଭାବିତ ହୋଇଛି । ଧାମରା ନିକଟ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାରୁ ଚାନ୍ଦବାଲି ବ୍ଲକ୍‌ରେ ଏକର ଏକର ଚାଷ ଜମିରେ ଲୁଣା ପାଣି ପଶିଯାଇଛି।

ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବାରୁ ଏଯାଏଁ ଅନ୍ଧାରରେ ଅଛନ୍ତି ଅନେକ ଅଂଚଳବାସୀ । ବାସୁଦେବପୁରରେ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା  ଅଗ୍ନିଶମ ଓ ଓଡ୍ରାଫ ଟିମ୍ ଗଛ କାଟି ରାସ୍ତା ସଫା କରିଛନ୍ତି।

ତେଣେ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲେଶ୍ୱର ସଦର ଓ ଅନ୍ୟ ଅଂଚଳରେ ଅଂପନ ଦେଖାଇଥିଲା ଏହାର କୋପ ଗଛ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଓ ତାର ଛିଣ୍ଡିବା ଯୋଗୁଁ ପ୍ରାୟ ୪୦ କୋଟିର କ୍ଷତି ହୋଇଥିବା ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos