କିଛି ସମୟ ପରେ ବାତ୍ୟାର ରୂପ ନେବ ‘ଅମ୍ଫାନ୍‌’ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ ‘ଅମ୍ଫାନ୍‌’ ବାତ୍ୟା ରୂପ ନେଇପାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ।  ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି।  ବଙ୍ଗୋପଗରରେ ସୃଷ୍ଟ ଲଘୁଚାପଟି ଅବପାତ ରୂପ ନେଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।  […]

n-876

n-876

Tapas Behera
  • Published: Saturday, 16 May 2020
  • Updated: 16 May 2020, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ ‘ଅମ୍ଫାନ୍‌’ ବାତ୍ୟା ରୂପ ନେଇପାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ।  ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି।  ବଙ୍ଗୋପଗରରେ ସୃଷ୍ଟ ଲଘୁଚାପଟି ଅବପାତ ରୂପ ନେଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।  ଦିନ ସାଢ଼େ ୧୧ଟା ବେଳେ ଏହା ପାରାଦୀପ ଠାରୁ ୧ ହଜାର ୪୦ କିଲୋମିଟର ଦକ୍ଷିଣ, ଦୀଘାଠାରୁ ୧୨ ଶହ କିଲୋମିଟର ଦୂର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦୂରରେ ରହିଥିଲା ।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ଓ ଏହାର ୨୪ ଘଣ୍ଟା ପରେ ଅର୍ଥାତ ୧୮ ତାରିଖ ସକାଳେ ସିଭିଅର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ତେବେ କାଲି ପର୍ଯ୍ୟନ୍ତ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପୁଣି ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ ବାତ୍ୟା ୨୦ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି।

ସେପଟେ ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ ଫୋନି ଠାରୁ ସାନ ହେବ ବୋଲି କହିଛନ୍ତି । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିପାରେ।  ହେଲେ ଆଉ ଟିକେ ପାଖକୁ ଆସିଲେ ପ୍ରକୃତ କେଉଁଠି ଛୁଇଁବ, କହିହେବ ବୋଲି କହିଛନ୍ତି ଆଇଏମଡି ଡିଜି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos