ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲା ଅମ୍ରିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲା ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଉଛି । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଉଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ଆସିଛନ୍ତି ୬ ଜଣିଆ ଡାକ୍ତରୀ ଦଳ । ଆଜି ଗ୍ରୀନ୍ କରିଡ଼ର କରାଯାଇ ଏମ୍ସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଅଣାଯାଇଥିଲା । କରୋନା ଯୋଗୁଁ ଅମ୍ରିତଙ୍କର ଫୁସଫୁସ କିଛି […]

yio

Tapas Behera
  • Published: Thursday, 03 June 2021
  • , Updated: 03 June 2021, 06:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲା ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଉଛି । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଉଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ଆସିଛନ୍ତି ୬ ଜଣିଆ ଡାକ୍ତରୀ ଦଳ ।

ଆଜି ଗ୍ରୀନ୍ କରିଡ଼ର କରାଯାଇ ଏମ୍ସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଅଣାଯାଇଥିଲା । କରୋନା ଯୋଗୁଁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ତା ସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା ।

ଏଥିପାଇଁ ଗତ ୧୨ ତାରିଖରୁ ସେ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ଅମ୍ରିତଙ୍କୁ  ସ୍ଥାନାନ୍ତର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ସୋଶାଲ ମିଡିଆରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି । ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କ ଚିକିତ୍ସା ପାଇଁ ମୁକ୍ତ ହସ୍ତରେ ଦାନ କରୁଛନ୍ତି । ତାଙ୍କର ଚିକିତ୍ସା ପାଇଁ କୋଟିଏରୁ ଅଧିକ ଟଙ୍କା ଦରକାର।

Related story