ପୁଅଠୁ ନ୍ୟାୟ ଦାବିରେ ଆମରଣ ଅନଶନରେ ବସିଲେ ୮୭ ବର୍ଷୀୟ ବୃଦ୍ଧ

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଯେଉଁ ବାପା ପୁଅକୁ ପାଳି ପୋଷି ବଡ଼ କଲା, ଆଜି ସେହି ପୁଅ ବାପାକୁ ପଚାରୁନି। ଯାହାର ପ୍ରତିବାଦ କରି ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି ଜଣେ ବୃଦ୍ଧ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜ ନହର ସମ୍ମୁଖରେ, ଯେଉଁଠାରେ ଏହି ବୃଦ୍ଧ ବ୍ୟକ୍ତି ଜଣକ ଆମରଣ ଅନଶନରେ ବସିଛନ୍ତି। ତାଙ୍କ ନାଁ ହେଉଛି ରାମ ମୋହନ ପଟ୍ଟନାୟକ, ଯାହାଙ୍କର ବୟସ ୮୭। ଏ ବୟସରେ ସେ […]

paralkhemundi

Ranjit Kumar Jena
  • Published: Wednesday, 11 November 2020
  • , Updated: 11 November 2020, 05:53 PM IST

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଯେଉଁ ବାପା ପୁଅକୁ ପାଳି ପୋଷି ବଡ଼ କଲା, ଆଜି ସେହି ପୁଅ ବାପାକୁ ପଚାରୁନି। ଯାହାର ପ୍ରତିବାଦ କରି ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି ଜଣେ ବୃଦ୍ଧ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜ ନହର ସମ୍ମୁଖରେ, ଯେଉଁଠାରେ ଏହି ବୃଦ୍ଧ ବ୍ୟକ୍ତି ଜଣକ ଆମରଣ ଅନଶନରେ ବସିଛନ୍ତି।

ତାଙ୍କ ନାଁ ହେଉଛି ରାମ ମୋହନ ପଟ୍ଟନାୟକ, ଯାହାଙ୍କର ବୟସ ୮୭। ଏ ବୟସରେ ସେ ଅନଶନରେ ବସିବା କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଜଣେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏବଂ ତାଙ୍କର ୪ ପୁଅ। ବଡ଼ ପୁଅ ବ୍ୟତୀତ ବାକି ସମସ୍ତେ ବାହାରେ ରୁହନ୍ତି। ହେଲେ ବଡ଼ ପୁଅ ପାରଳାଖେମୁଣ୍ଡିରେ ରୁହନ୍ତି। କିନ୍ତୁ ପୁଅ ବୋହୁ ତାଙ୍କୁ ପଚାରୁ ନାହାନ୍ତି।

ରାମ ମୋହନ ପଟ୍ଟନାୟକଙ୍କ ଦୁଇଟି ଘର। ଗୋଟିଏ ଘରେ ସେ ନିଜେ ଏକା ରହୁଥିବା ବେଳେ ଅନ୍ୟ ଘରେ ତାଙ୍କ ବଡ଼ ପୁଅ ସପରିବାର ସହ ରହୁଛନ୍ତି। କିନ୍ତୁ ବଡ଼ ନିଜ ପୁଅ ବାପାଙ୍କୁ ପଚାରୁନି। ବଡ଼ ପୁଅ ଯେଉଁ ଘରେ ରୁରନ୍ତି, ତାହା ଜଗନ୍ନାଥ ମନ୍ଦିର ନିକଟରେ। ତେଣୁ ସେ ସେହି ଘରେ ରାମମୋହନ ରହିବାକୁ ଚାହାଁନ୍ତି। କିନ୍ତୁ ବଡ଼ ପୁଅ ସେଠାରୁ ଯିବାକୁ ଅରାଜି ହେଉଛି।

ତେଣୁ ରାମ ମୋହନ ନିଜ ପୁଅକୁ ସେଠାରୁ ଉଠାଇ ସେହି ଘରେ ନିଜେ ରହିବାକୁ ଚାହାନ୍ତି, କିନ୍ତୁ ତାହା ସମ୍ଭବ ହେଉନି। ଏନେଇ ରାମମୋହନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ବି କିଛି ଫଳ ନମିଳିବାରୁ ସେ ପାରଳାରାଜ ନହର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।

Related story