ଅସୁସ୍ଥ ଉପେନ୍ଦ୍ରଙ୍କୁ ଡାକ୍ତରଖାନା ନିଆଯାଉଥିଲା, ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଉଗ୍ରତାରା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ତିନି ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦ୍ୱୟ ହେଲେ ଉପେନ୍ଦ୍ର ସାହୁ (୫୦) ଓ ଆମ୍ବୁଲାନ୍ସ ହେଲପର ପ୍ରମୋଦ ପରିଡ଼ା। ଆହତମାନେ ହେଲେ ଉପେନ୍ଦ୍ରଙ୍କ ପୁଅ ବିଜୟ ସାହୁ, ନାତି ରଞ୍ଜିତ ସାହୁ ଓ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ। ବିଜୟଙ୍କ […]

amulance

Jitendra Garnayak
  • Published: Friday, 04 January 2019
  • , Updated: 04 January 2019, 08:54 AM IST

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଉଗ୍ରତାରା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ତିନି ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକ ଦ୍ୱୟ ହେଲେ ଉପେନ୍ଦ୍ର ସାହୁ (୫୦) ଓ ଆମ୍ବୁଲାନ୍ସ ହେଲପର ପ୍ରମୋଦ ପରିଡ଼ା।

ଆହତମାନେ ହେଲେ ଉପେନ୍ଦ୍ରଙ୍କ ପୁଅ ବିଜୟ ସାହୁ, ନାତି ରଞ୍ଜିତ ସାହୁ ଓ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ। ବିଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଉପେନ୍ଦ୍ର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ରେଫର କରିଥିଲେ।  ୧୦୮ ଆମ୍ବୁଲାନ୍ସ ଯୋଗେ ଉପେନ୍ଦ୍ରଙ୍କୁ ଭଦ୍ରକ ନିଆଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଉଗ୍ରତାରା ନିକଟରେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସଟି ଗଛରେ ପିଟି ହେବା ପରେ ହେଲପର୍‌ ଚାପି ହୋଇ ଭିତରେ ରହିଯାଇଥିଲେ। ପୁଲିସ୍‌ ଓ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହକୁ ଉଦ୍ଧାର କରି ପାରି ନଥିଲେ। ଏକ ଜେସିବି ସାହାଯ୍ୟରେ ଗାଡ଼ିଟିକୁ ଟଣାଯିବା ପରେ ତାଙ୍କ ମୃତଦେହକୁ କଢ଼ା ଯାଇଥିଲା।

ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦ୍ରୁତ ଗତି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ରାଜ୍ୟରେ ବାରମ୍ବାର ଆମ୍ବୁଲାନ୍ସ ଦୁର୍ଘଟଣା ଘଟୁଛି। ଗତ ଡିସେମ୍ବର ମାସରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଥିଲା। ବ୍ରହ୍ମଗିରିରେ ଏକ ଆମ୍ବୁଲାନ୍ସ ଓଲଟି ପଡ଼ିଥିବା ବେଳେ ବାରିପଦା ଓ ଉଦଳା ରାସ୍ତାରେ ଏକ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିପରି ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ ଏକ ଆମ୍ବୁଲାନ୍ସ ଟ୍ରକ୍ ପଛରେ ପିଟି ହୋଇଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ନବରଙ୍ଗପୁରର ଉମରକୋଟରେ ଏକ ବୁଲାଣିରେ ଆମ୍ବୁଲାନ୍ସଟିଏ ଭାରସାମ୍ୟ ହରାଇ ଏକ କଲଭର୍ଟର ସାଇଡ୍ ୱାଲ୍‌ ଉପରେ ଚଢ଼ି ଯାଇଥିଲା। ଏଥିରେ ଜଣେ ଆହତ ହୋଇଥିଲେ।

Related story