ଅଜ୍ଞାତବାସରୁ ଫେରୁଥିବା ବେଳେ ଅପହରଣ, ରହିଛି ବିଜେଡି ନେତାଙ୍କ ହାତ!

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ରାତି ପାହିଲେ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ। ସେଥିପାଇଁ ସମର୍ଥକଙ୍କୁ ଧରି ଅଜ୍ଞାତବାସରୁ ଘରକୁ ଫେରୁଥିଲେ ଆଶାୟୀ ବ୍ଲକ୍‌ ଅଧ୍ୟକ୍ଷ ପ୍ରାର୍ଥୀ। ହେଲେ ବାଟରେ ତାଙ୍କ ଭାଇ ଓ ଦିଅରକୁ ବନ୍ଧୁକ ମୁନରେ ଅପହରଣ କରିନେଲେ ଦୁର୍ବୃତ୍ତ। ଏଥିରେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଫୁଲ୍ଲ ମାଝୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ବୌଦ୍ଧ-ସୋନପୁର ୫୭ ନମ୍ୱର ଜାତୀୟ ରାଜପଥରେ ଘଟିଛି। ପଞ୍ଚାୟତ ନିର୍ବାଚନ ସରିବା ପରେ […]

Balisankara

Balisankara

Manoranjan Sial
  • Published: Friday, 11 March 2022
  • Updated: 11 March 2022, 09:31 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ରାତି ପାହିଲେ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ। ସେଥିପାଇଁ ସମର୍ଥକଙ୍କୁ ଧରି ଅଜ୍ଞାତବାସରୁ ଘରକୁ ଫେରୁଥିଲେ ଆଶାୟୀ ବ୍ଲକ୍‌ ଅଧ୍ୟକ୍ଷ ପ୍ରାର୍ଥୀ। ହେଲେ ବାଟରେ ତାଙ୍କ ଭାଇ ଓ ଦିଅରକୁ ବନ୍ଧୁକ ମୁନରେ ଅପହରଣ କରିନେଲେ ଦୁର୍ବୃତ୍ତ। ଏଥିରେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଫୁଲ୍ଲ ମାଝୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଆଜି ଏପରି ଘଟଣା ବୌଦ୍ଧ-ସୋନପୁର ୫୭ ନମ୍ୱର ଜାତୀୟ ରାଜପଥରେ ଘଟିଛି।

ପଞ୍ଚାୟତ ନିର୍ବାଚନ ସରିବା ପରେ ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ୍‌ ଅଧ୍ୟକ୍ଷ ଆଶାୟୀ କୁଞ୍ଜଲତା ଭିତିରିଆ ନିଜ ସମର୍ଥକଙ୍କୁ ଧରି ଭୁବନେଶ୍ୱର ପଳାଇଯାଇଥିଲେ। ସେଠାରେ କୁଆଡ଼େ ଅଜ୍ଞାତବାସରେ ରହିଥିଲେ। ଶନିବାର ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ଥିବାରୁ ଆଜି ସେ ନିଜ ସମର୍ଥକଙ୍କୁ ଧରି ଟ୍ରାଭେରାରେ ବାଲିଶଙ୍କରା ସ୍ଥିତ ଘରକୁ ଫେରୁଥିଲେ।

ନୟାଗଡ଼ା ଜିଲ୍ଲାର ଦଶପଲ୍ଲାରୁ ସେମାନଙ୍କୁ ପିଛା କରିଥିଲା ତିନିଟି ଗାଡ଼ି। ଏକଥା ଜାଣିବା ପରେ କୁଞ୍ଜଲତାଙ୍କ ଗାଡ଼ି ଡ୍ରାଇଭର ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ବୌଦ୍ଧ-ସୋନପୁର ୫୭ ନମ୍ୱର ଜାତୀୟ ରାଜପଥର ସିଙ୍ଗାରୀ ଛକରେ ପିଛା କରୁଥିବା ତିନିଟି ଗାଡି କୁଞ୍ଜଲତାଙ୍କ ଗାଡ଼ି ଉପରକୁ ଫାୟାରିଂ କରିଥିଲେ।

ଗୁଳି କୁଞ୍ଜଲତାଙ୍କ ଗାଡ଼ିର କାଚରେ ବାଜିଥିଲା। ଯାହାଫଳରେ ଚାଳକ ଗାଡ଼ି ଅଟକାଇ ଦେଇଥିଲେ। ଏହା ପରେ ପିଛା କରୁଥିବା ଗାଡ଼ିରୁ ଦୁର୍ବୃତ୍ତମାନେ ଓହ୍ଲାଇ ବନ୍ଧୁକ ଦେଖାଇ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀ କୁଞ୍ଜଲତାଙ୍କ ଭାଇ ରଞ୍ଜନ ମାଝୀ ଓ ଦିଅର ବିଶ୍ୱଜିତ ଭିତିରିଆଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

କୁଞ୍ଜଲତା ଭିତିରିଆ ଏନେଇ ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଉଁଶୁଣି ଓ ବୌଦ୍ଧ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହି ଅପହରଣରେ ପୂର୍ବତନ ପ୍ରଫୁଲ୍ଲ ମାଝୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି।

ସୂଚନାରୁ ପ୍ରକାଶ, ବାଲିଶଙ୍କରା ବ୍ଲକରେ ୧୫ଟି ୱାର୍ଡ ରହିଛି। ଆଉ ଏହି ବ୍ଲକରେ ପୂର୍ବରୁ ଅଧ୍ୟକ୍ଷ ପଦରେ ଥିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ। ଏଥର ମଧ୍ୟ ସେ ରେସ୍‌ରେ ଅଛନ୍ତି। ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି କୁଞ୍ଜଲତା ଭିତିରିଆ। ୧୫ରୁ ୮ ଜଣ ୱାର୍ଡ ମେମ୍ୱର କୁଞ୍ଜଲତାଙ୍କ ସହ ରହିଛନ୍ତି। ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ହାରିଯିବା ଭୟରେ ପ୍ରଫୁଲ୍ଲ ମାଝୀ ଏହି ଅପହରଣ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story