ଏଟିଏମ୍‌ ଲୁଟିଲେ ଦୁର୍ବୃତ୍ତ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁରିଗଡ଼ିଆର ଏକ ଜନଗହଳିପୂର୍ଣ୍ଣ ବଜାର ଭିତରେ ଥିବା ଏକ୍ସିସ୍‌ ବ୍ୟାଙ୍କର ଏକ ଏଟିଏମ୍‌ରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍‌ ଭାଙ୍ଗି ସବୁ ଟଙ୍କା ଲୁଟି ନେଇଛନ୍ତି। ମାତ୍ର କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଜଣାପଡ଼ି ନାହିଁ। ଏଟିଏମ୍‌ଟି ବନ୍ଦ ଥିବାରୁ ୨ରୁ ୩ ଦିନ ତଳେ ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଟିଏମ୍‌ ଲୁଟ୍‌ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଖରେ ଖବର ନାହିଁ। ଆଜି ସକାଳେ ଏହି ଖବର ପ୍ରକାଶ ପାଇବା ପରେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।