୫ଟି ପିଢ଼ିର ଛାତ୍ରଛାତ୍ରୀ ଏକାଠି ହେଲେ, ଏ.ଏନ. ହାଇସ୍କୁଲର ପ୍ଲାଟିନମ ଜୁବୁଲି ପାଇଁ ଆଲୋଚନା କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୭୦ ବ୍ୟାଚ ଅର୍ଥାତ୍ ପାଖାପାଖି ୫ଟି ପିଢ଼ିର ଛାତ୍ରଛାତ୍ରୀ ଏକାଠି ହୋଇଛନ୍ତି। ଅବସର ଥିଲା ନିଜ ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା। କଟକ ଜିଲ୍ଲା ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ ପାଇଁ ସ୍କୁଲର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ସିନିଅର ପୁଲିସ ଅଫିସର୍ସ ମେସ୍ ପରିସରରେ ଆୟୋଜିତ ହୋଇଥିଲା। ୧୯୮୩ ବ୍ୟାଚ୍ ଛାତ୍ର ତଥା ଆଲୁମୁନି ଆସୋସିଏସନ […]

bandhu milana

bandhu milana

Subhransu Sekhar
  • Published: Friday, 21 February 2020
  • Updated: 21 February 2020, 06:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୭୦ ବ୍ୟାଚ ଅର୍ଥାତ୍ ପାଖାପାଖି ୫ଟି ପିଢ଼ିର ଛାତ୍ରଛାତ୍ରୀ ଏକାଠି ହୋଇଛନ୍ତି। ଅବସର ଥିଲା ନିଜ ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା। କଟକ ଜିଲ୍ଲା ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ ପାଇଁ ସ୍କୁଲର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ସିନିଅର ପୁଲିସ ଅଫିସର୍ସ ମେସ୍ ପରିସରରେ ଆୟୋଜିତ ହୋଇଥିଲା। ୧୯୮୩ ବ୍ୟାଚ୍ ଛାତ୍ର ତଥା ଆଲୁମୁନି ଆସୋସିଏସନ ସଭାପତି ସଞ୍ଜୀବ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ୧୯୭୧ ବ୍ୟାଚରୁ ୨୦୦୨ ବ୍ୟାଚର ଛାତ୍ର ପ୍ରତିନିଧିମାନେ ଯୋଗଦେଇଥିଲେ।

 

୫ଟି ପିଢ଼ିର ଛାତ୍ରଛାତ୍ରୀମାନେ ଏକାଠି ହୋଇଥିବାରୁ ସମସ୍ତେ ଭାବ ବିହ୍ୱଳ ମଧ୍ୟ ହୋଇଥିଲେ। ଏହି ସ୍କୁଲରୁ କିଏ ଡାକ୍ତର, ଇଞ୍ଜିନିୟର, ବିଚାରପତି, ଆଇପିଏସ, ସାମ୍ୱାଦିକ ଭଳି ପଦ ପଦବୀରେ କାର୍ଯ୍ୟ କରୁଛନ୍ତି। ତେଣୁ ସମସ୍ତେ ଏକାଠି ହୋଇ ସ୍କୁଲକୁ ଆଗକୁ ନେବା ପାଇଁ ପ୍ରତିଜ୍ଞା କରିଥିଲେ। ଏହି ଅବସରରେ ଆସନ୍ତା ଡିସେମ୍ୱର ଶେଷ ସପ୍ତାହରେ ହେବାକୁ ଥିବା ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ସାମିଲ୍ ହେବା ପାଇଁ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଲୁମୁନି ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି।bandhu milana 3

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos