ସୁସ୍ଥ ହେଉଛନ୍ତି ମହାପ୍ରଭୁ: ଶୋଇଥିଲେ, ଉଠି ବସିଲେଣି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡ଼ିଥିବା କାଳିଆ ଠାକୁର ସୁସ୍ଥ ହେଉଛନ୍ତି। ଅନବସର ପଞ୍ଚମୀରେ ଠାକୁରମାନେ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷୁଅ ଲେପନ ପରେ ସାମାନ୍ୟ ସୁସ୍ଥ ଅବସ୍ଥାକୁ ଆସିଛନ୍ତି । ଆଉ ଆଜି ଦଶମୀରେ ଚକା ବିଜେ ନୀତି ଅନୁଷ୍ଠିତ ହୋଇଛି। କିନ୍ତୁ ଜ୍ୱର ସମ୍ପୂର୍ଣ୍ଣ ଭଲ ହୋଇ ନ ଥିବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ରାଜବୈଦ୍ୟ ଦଶମୂଳ […]

chaka

Rakesh Mallick
  • Published: Sunday, 08 July 2018
  • , Updated: 08 July 2018, 09:22 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡ଼ିଥିବା କାଳିଆ ଠାକୁର ସୁସ୍ଥ ହେଉଛନ୍ତି। ଅନବସର ପଞ୍ଚମୀରେ ଠାକୁରମାନେ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷୁଅ ଲେପନ ପରେ ସାମାନ୍ୟ ସୁସ୍ଥ ଅବସ୍ଥାକୁ ଆସିଛନ୍ତି ।

ଆଉ ଆଜି ଦଶମୀରେ ଚକା ବିଜେ ନୀତି ଅନୁଷ୍ଠିତ ହୋଇଛି। କିନ୍ତୁ ଜ୍ୱର ସମ୍ପୂର୍ଣ୍ଣ ଭଲ ହୋଇ ନ ଥିବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ରାଜବୈଦ୍ୟ ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଯାହା ଆଗକୁ ମହାପ୍ରଭୁଙ୍କ ପାଖରେ ଲାଗି ହେବ।

କ’ଣ ଏହି ଚକାବିଜେ ନୀତି?

ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀମନ୍ଦିରରେ ପୂଜିତ ଶ୍ରୀ ବିଗ୍ରହମାନେ ଜ୍ୱରାକ୍ରାନ୍ତ ହେଉଥିବା ପରିକଳ୍ପନା କରାଯାଇ ଅନବସର ଗୃହକୁ ନିଆଯାଇଥାଏ। ବିଗ୍ରହମାନଙ୍କୁ ବସା ନ ଯାଇ ଶୁଆଇ ଦେବା ମୁଦ୍ରାରେ ରଖା ଯାଇଥାଏ। ଏହି ସମୟରେ ଠାକୁରମାନଙ୍କୁ ବାସ୍ନା ବିହୀନ ଧଳା ଫୁଲ ଓ ଧଳା ବସ୍ତ୍ର ପିନ୍ଧାଇ ସାଧାରଣ ନୀତି କରାଯାଏ। ଏପରିକି ଏହି ସମୟରେ ସେବା କରୁଥିବା ଦଇତାପତିମାନେ ମଧ୍ୟ ଗୋଟିଏ ବସ୍ତ୍ର ପିନ୍ଧି ସେବା କରିଥାନ୍ତି। ପର୍ଯ୍ୟାୟ କ୍ରମେ ଫୁଲୁରୀ ତେଲ ଲାଗି, ଓଷୁଅ ଲାଗି ପରେ ମହାପ୍ରଭୁଙ୍କୁ ଖଳିଲାଗି ଏକାଦଶୀ ପୂର୍ବରୁ ସାଷ୍ଟାଙ୍ଗ କରିବା ଲାଗି ଶୋଇଥିବା ମୁଦ୍ରାରୁ ବସାଇବା ମୁଦ୍ରାକୁ ଫେରାଇ ଅଣାଯାଏ। ଏହି ସମୟରେ ଚକାର ଆବଶ୍ୟକତା ପଡ଼େ। ଅଣସର ପିଣ୍ଡିରେ ପୂର୍ବରୁ ରହିଥିବା ୩ଟି ପ୍ରସ୍ତର ଚକାକୁ ଗଡ଼ାଇ ଏକ ଧାଡିରେ ରଖାଯିବା ପରେ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହକୁ ଏହା ଉପରେ ରଖାଯାଏ। ଯାହାକୁ ଚକାବିଜେ ନୀତି ବୋଲି କୁହାଯାଏ।

Related story