ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଫଳାଫଳ ସ୍ଥଗିତ

ଆନନ୍ଦପୁର: ଆନନ୍ଦପୁର ପୌରାଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ଭୋଟଗ୍ରହଣ କରାଯାଇଛି। ପୌର ପରିଷଦର ୧୨ କାଉନ୍‌ସିଲର ଭୋଟ ଦାନ କରିଥିବା ବେଳେ ପୌରାଧକ୍ଷାଙ୍କ ସମେତ ୪ କାଉନସିଲର ଭୋଟ ଦାନରୁ ବିରତ ରହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫଳାଫଳକୁ ସ୍ଥଗିତ ରଖାଯାଇଛି। ପୌରପରିଷଦ କାର୍ଯ୍ୟାଳୟରେ ଭୋଟ ଗ୍ରହଣ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆନନ୍ଦପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଡ.ମହେଶ୍ୱର ସ୍ୱାଇଁ କହିଛନ୍ତି,“ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ […]

anandapur

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 09:32 PM IST

ଆନନ୍ଦପୁର: ଆନନ୍ଦପୁର ପୌରାଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ଭୋଟଗ୍ରହଣ କରାଯାଇଛି। ପୌର ପରିଷଦର ୧୨ କାଉନ୍‌ସିଲର ଭୋଟ ଦାନ କରିଥିବା ବେଳେ ପୌରାଧକ୍ଷାଙ୍କ ସମେତ ୪ କାଉନସିଲର ଭୋଟ ଦାନରୁ ବିରତ ରହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫଳାଫଳକୁ ସ୍ଥଗିତ ରଖାଯାଇଛି।

ପୌରପରିଷଦ କାର୍ଯ୍ୟାଳୟରେ ଭୋଟ ଗ୍ରହଣ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଆନନ୍ଦପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଡ.ମହେଶ୍ୱର ସ୍ୱାଇଁ କହିଛନ୍ତି,“ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆନନ୍ଦପୁର ପୌର ନିର୍ବାଚନର ଫଳାଫଳ ସିଲ ହୋଇ ରହଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ଖୋଲାଯିବ।”

ଗତ ଜୁନ୍‌ ୨୮ରେ ଆନନ୍ଦପୁର ପୌରାଧ୍ୟକ୍ଷ ସରସ୍ୱତୀ ଜେନାଙ୍କ ବିରୋଧରେ ୯ ଜଣ କାଉନ୍‌ସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ପୌରାଧ୍ୟକ୍ଷ ଏହା ବିରୋଧରେ ହାଇକୋର୍ଟଙ୍କୁ ଯାଇଥିଲେ। କୋର୍ଟ ନିର୍ବାଚନ ଫଳାଫଳ ପ୍ରକାଶନ ଉପରେ ରୋକ ଲଗାଇଥିଲେ।

Related story