ଆନନ୍ଦପୁରରେ ସଶସ୍ତ୍ର ଡକାୟତି

ଆନନ୍ଦପୁର: ଆନନ୍ଦପୁର ଜେଲ ନିକଟରୁ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୮ଜଣ ସଶସ୍ତ୍ର ଡକାୟତ ବନ୍ଧୁକ ଦେଖାଇ ଜେଲ‌ ନିକଟରେ ରହୁଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସର ସ୍ଥାନୀୟ ବିତରକ ରାଜକିଶୋର ଦଳେଇଙ୍କ ଘରୁ ଟଙ୍କା ଓ ସୁନା ଲୁଟି ନେଇଥିଲେ । ବିଳମ୍ୱିତ ରାତିରେ ୮ ଜଣ ମୁଖାପିନ୍ଧା ଡକାୟତ ତାଙ୍କ ଘରେ ପଶି ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଗୋଟିଏ ଘରେ ଭର୍ତ୍ତି କରିଦେଇଥିଲେ। ପରେ ଆଲମିରା ଭାଙ୍ଗି ଲକରରେ ଥିବା ନଗଦ […]

chori

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 03:12 PM IST

ଆନନ୍ଦପୁର: ଆନନ୍ଦପୁର ଜେଲ ନିକଟରୁ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୮ଜଣ ସଶସ୍ତ୍ର ଡକାୟତ ବନ୍ଧୁକ ଦେଖାଇ ଜେଲ‌ ନିକଟରେ ରହୁଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସର ସ୍ଥାନୀୟ ବିତରକ ରାଜକିଶୋର ଦଳେଇଙ୍କ ଘରୁ ଟଙ୍କା ଓ ସୁନା ଲୁଟି ନେଇଥିଲେ । ବିଳମ୍ୱିତ ରାତିରେ ୮ ଜଣ ମୁଖାପିନ୍ଧା ଡକାୟତ ତାଙ୍କ ଘରେ ପଶି ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଗୋଟିଏ ଘରେ ଭର୍ତ୍ତି କରିଦେଇଥିଲେ। ପରେ ଆଲମିରା ଭାଙ୍ଗି ଲକରରେ ଥିବା ନଗଦ ୬୦ ହଜାର ଟଙ୍କା ଓ ପାଖାପାଖି ୧୫ ଭରି ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Related story