ଅନନ୍ତଙ୍କ ଜୀବନ ନାଟକର ଅନ୍ତ

ଭୁବନେଶ୍ୱର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ମଞ୍ଚ ନାଟକରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ମହାନ ନାଟ୍ୟକାର ଅନନ୍ତ ଓଝାଙ୍କ ମରଶରୀର ଆଜି ପଞ୍ଚ ଭୂତରେ ବିଲିନ ହୋଇଯାଇଛି। ନିଜ ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ମାଣିପୁରାରେ ହୋଇଛି ଅନ୍ତିମ ସଂସ୍କାର। ତାଙ୍କ ଅନ୍ତିମ ଯାତ୍ରାରେ ଯାତ୍ରା ଦୁନିଆ ବିଶିଷ୍ଟ କଳାକାରମାନେ ସାମିଲ ହୋଇଥିଲେ।

ଆଜି ଅପରାହ୍ଣରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ଅନନ୍ତଙ୍କ ମରଶରୀର। ଏଠାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେପି ନେତା ସମୀର ମହାନ୍ତି, ସିନେମା ଓ ନାଟ୍ୟ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନନ୍ତଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ। ପରେ ତାଙ୍କ ମରଶରୀରକୁ ମହାପ୍ରୟାଣ ଗାଡ଼ିରେ କେନ୍ଦ୍ରାପଡ଼ା ଅଭିମୁଖେ ନିଆଯାଇଥିଲା। କେନ୍ଦ୍ରାପଡ଼ାରେ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଅନନ୍ତଙ୍କ ପାର୍ଥିବ ଶରୀରକୁ ନେଇ ସହର ପରିକ୍ରମା କରାଯାଇଥିଲା। ଏଠାରେ ମଧ୍ୟ ବହୁ ଯାତ୍ରା କଳାକାର ଅନନ୍ତଙ୍କ ଶେଷ ଦର୍ଶନ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

କର୍କଟ ରୋଗରେ ପୀଡ଼ିତ ଥିବା ଯାତ୍ରା ଜଗତର ପ୍ରଖ୍ୟାତ ନାଟ୍ୟକର ଅନନ୍ତ ଓଝା ଗତ ଡିସେମ୍ବର ୩୧ ତାରିଖରେ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ବିୟୋଗରେ ନାଟ୍ୟ ଜଗତରେ ସୃଷ୍ଟି ହୋଇଥିଲା ଅପୂରଣୀୟ କ୍ଷତି।

ଅନନ୍ତ ଓଝାଙ୍କ ଝିଅ କହିଛନ୍ତି-“ଅମର ମରେ ନାହିଁ। ଅକ୍ଷୟର କ୍ଷୟ ନାହିଁ। ଅନନ୍ତଙ୍କର ବି ଅନ୍ତ ନାହିଁ। ସେ ମରିନାହାନ୍ତି। ନାଟ୍ୟକାର ଅନନ୍ତ ଓଝା ଏବେ ମଧ୍ୟ ବଞ୍ଚିଛନ୍ତି।”

ଦୈତାରୀ ପଣ୍ଡା କହିଛନ୍ତି-“କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାଲିକମାନେ ସଂସ୍ଥା ଗଢ଼ୁଛନ୍ତି। ସେମାନଙ୍କ ମୂଳରେ ଏହି ଲୋକଟା(ଅନନ୍ତ) ଥିଲା। ଆମେ କ୍ୟାରିଅର ଆରମ୍ଭ କଲାବେଳେ ମାତ୍ର ୨୦୦ ଟଙ୍କା ପାଉଥିଲୁ। ଅନନ୍ତ ଯାତ୍ରା ଦୁନିଆରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବାରୁ କଳାକାର ଆଜି ଦୁଇ ପଇସା ପାଉଛି। ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ।”

Ordigital Desk
• Published: Tuesday, 02 January 2018
• Updated: 02 January 2018, 10:17 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos