ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ମାମଲା: ଆଉ ଜଣେ ସେବାୟତ ଗିରଫ

ପୁରୀ:ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଆଜି ଜଣେ ସେବାୟତଙ୍କୁ ଗିରଫ କରିଛି ପୋଲିସ। ସେ ହେଲେ ବିମାନବଡୁ ସାହିର ସଞ୍ଜୟ ଖୁଣ୍ଟିଆ। ତାଙ୍କୁ ମିଶାଇ ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୋଲିସ୍ ଏବେ ସୁଦ୍ଧା ମୋଟ ୮ ଜଣ ସେବାୟତଙ୍କୁ ଗିରଫ କରି ସାରିଲାଣି। ତେବେ ମୁଖ୍ୟ ଅଭିଯୁକ୍ତ ଦାମୋଦର ମହାସୁଆର ଓ ତାଙ୍କର ଭାଇ ଜୟକୃଷ୍ଣ ମହାସୁଆରଙ୍କ ସମେତ ଆଉ ୫ ଜଣ ସେବାୟତ ଏବେ ବି ଫେରାର […]

OR photo-anather-one-arrested-in-releted-with-collecter-misbehave

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 09:32 PM IST

ପୁରୀ:ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଆଜି ଜଣେ ସେବାୟତଙ୍କୁ ଗିରଫ କରିଛି ପୋଲିସ। ସେ ହେଲେ ବିମାନବଡୁ ସାହିର ସଞ୍ଜୟ ଖୁଣ୍ଟିଆ। ତାଙ୍କୁ ମିଶାଇ ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୋଲିସ୍ ଏବେ ସୁଦ୍ଧା ମୋଟ ୮ ଜଣ ସେବାୟତଙ୍କୁ ଗିରଫ କରି ସାରିଲାଣି।

ତେବେ ମୁଖ୍ୟ ଅଭିଯୁକ୍ତ ଦାମୋଦର ମହାସୁଆର ଓ ତାଙ୍କର ଭାଇ ଜୟକୃଷ୍ଣ ମହାସୁଆରଙ୍କ ସମେତ ଆଉ ୫ ଜଣ ସେବାୟତ ଏବେ ବି ଫେରାର ରହିଛନ୍ତି। ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏମାନଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ।

ଅନ୍ୟପକ୍ଷରେ ନୀଳାଦ୍ରୀ ବିଜେ ଘଟଣାରେ ନିଲମ୍ବିତ ୯ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ସେବାୟତମାନେ ଏହି ନୋଟିସର ଜବାବ ୧୫ ଦିନ ମଧ୍ୟରେ ଦେବାକୁ କୁହାଯାଇଛି।

Related story