ପକେଟ୍‌ ଖାଲି କରୁଛି ଟୋଲଗେଟ୍‌: ଉଚ୍ଛେଦ ଦାବିରେ ଧାରଣା ୫୨ ଦିନରେ, ୧୪୪ ଧାରା ଜାରି

Ordigital Desk
  • Published: Friday, 05 January 2018
  • , Updated: 05 January 2018, 12:53 PM IST
<p>କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ବନାଯୋଡ଼ି ଟୋଲଗେଟ୍ ଉଚ୍ଛେଦ ଦାବି ଜୋର ଧରିଛି। ଆଞ୍ଚଳିକ ବିକାଶ ମଞ୍ଚର ଦିଆଯାଇଥିବା ଧାରଣା ୫୨ ଦିନରେ ପହଞ୍ଚିଛି। ଆଜି ୨୦ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ଟି ଟୋଲଗେଟ୍&zwnj;ରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜରାସ୍ତା ବନ୍ଦ କରିବାକୁ ଚେତାବନୀ ଦେଇଛି ଆଞ୍ଚଳିକ ବିକାଶ ମଞ୍ଚ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋଲଗେଟ୍ ଏରିଆରେ ୧୪୪ ଧାରା ଜାରି କରାଯାଇଛି।</p> <p>ଆସନ୍ତା ୨୫ ତାରିଖ ଯାଏଁ ଏଠାରେ ୧୪୪ ଧାରା ବଳବତ୍ତର ରହିବ।&nbsp; ମଞ୍ଚର ଅଭିଯୋଗ କରିଛି ଯେ, ବନାଯୋଡି ଟୋଲଗେଟ୍ ମ୍ୟୁନିସିପାଲଟିରୁ ୧୦ କିଲୋମିଟର ମଧ୍ୟରେ ଏବଂ ଖଣ୍ଡଘର ଟୋଲଗେଟ୍&zwnj;ରୁ ୪୨ କିଲୋମିଟର ମଧ୍ୟରେ ରହିଛି।&nbsp; ଯାହାକି ରାଜପଥ ନିୟମ ଅନୁସାରେ ବେଆଇନ୍। ବିଭିନ୍ନ ଟୋଲଗେଟ୍&zwnj;ରୁ ଟିକସ ଆଦାୟ କରାଯାଉଥିବାରୁ ଏହା ସାଧାରଣ ଲୋକଙ୍କ ପକେଟକୁ ସୁହାଉନି।&nbsp; ଏପରିକି ରୋଗୀ ନେବା ଆଣିବା କରିବା ବେଳେ ଟିକସ ଦେଇ ଲୋକେ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।</p>

Related story