ଆନ୍ଧ୍ର ପୁଲିସ ପଞ୍ଝାରେ ଓଡ଼ିଆ ଜାଲ୍‌ ନୋଟ୍‌ ଗ୍ୟାଙ୍ଗ

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ଆନ୍ଧ୍ରପ୍ରଦେଶ ପୁଲିସ ପଞ୍ଝାରେ ନକଲି ନୋଟ କାରବାର ଗ୍ୟାଙ୍ଗ। ଶ୍ରୀକାକୁଲମ୍ ପୁଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ହେଲେ ସୁରେଶ ପାଣି, ସୁବାସ ପାଣି ଓ ଭେଙ୍କେଟ ରାଓ। ଏମାନେ ଆନ୍ଧ୍ରପ୍ରଦେଶର ପଲସା, କାଷିବୁଗା, ଭାମିନି ଓ ଶ୍ରୀକାକୁଲମ ଅଞ୍ଚଳରେ ନିଜ କାରବାର ଚଳାଇଥିଲେ। ଛୋଟଛୋଟ ଦୋକାନୀ ଓ ବ୍ୟବସାୟୀଙ୍କୁ ୧୦ ହଜାର […]

andhra-police-arrest-3-jal-note-racket

Manoranjan Sial
  • Published: Tuesday, 21 January 2020
  • , Updated: 21 January 2020, 04:46 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ଆନ୍ଧ୍ରପ୍ରଦେଶ ପୁଲିସ ପଞ୍ଝାରେ ନକଲି ନୋଟ କାରବାର ଗ୍ୟାଙ୍ଗ। ଶ୍ରୀକାକୁଲମ୍ ପୁଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ହେଲେ ସୁରେଶ ପାଣି, ସୁବାସ ପାଣି ଓ ଭେଙ୍କେଟ ରାଓ।

ଏମାନେ ଆନ୍ଧ୍ରପ୍ରଦେଶର ପଲସା, କାଷିବୁଗା, ଭାମିନି ଓ ଶ୍ରୀକାକୁଲମ ଅଞ୍ଚଳରେ ନିଜ କାରବାର ଚଳାଇଥିଲେ। ଛୋଟଛୋଟ ଦୋକାନୀ ଓ ବ୍ୟବସାୟୀଙ୍କୁ ୧୦ ହଜାର ଟଙ୍କାରେ ୫୦ ହଜାର ଟଙ୍କାର ନକଲି ନୋଟ ଦେଇ କାରବାର ଚଳାଇ ଥିଲେ। ଗିରଫ ବ୍ୟକ୍ତିଙ୍କଠାରୁ ପୁଲିସ ୧ ଲକ୍ଷ ୮୪ ହଜାର ଟଙ୍କାର ନକଲି ନୋଟ, ଗୋଟିଏ ସ୍କାନର ଓ ପ୍ରିଣ୍ଟର ଜବତ କରିଛି। ଏହି ଗ୍ୟାଙ୍ଗ ପଛରେ କାହାର ହାତ ରହିଛି। ଅନ୍ୟ କେଉଁ ଅଞ୍ଚଳରେ ଏମାନଙ୍କ କଳା କାରବାର ଚାଲିଛି, ସେନେଇ ପୁଲିସ ଖୋଳତାଡ ଜାରି ରଖିଛି।

Related story