କାଲି ସ୍ୱାସ୍ଥ୍ୟ ପରୀକ୍ଷା କଲା, ଆଜି ରାସନ୍‌ କାର୍ଡ ବାଣ୍ଟିଲା ଆନ୍ଧ୍ର

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ପ୍ରଶାସନିକ ଅଧିକାରୀଙ୍କ ଦାଦାଗିରି ଥମିବାର ନାଁ ଧରୁନାହିଁ। ପ୍ରତିଦିନ କିଛି ନା କିଛି କାର୍ଯ୍ୟ ଆୟୋଜନ କରୁଛି। ଗତକାଲି(ଗୁରୁବାର) କୋଟିଆର ନେରେଡ଼ିୱାଲସା ସମେତ ୫ଟି ଗାଁରେ ଆନ୍ଧ୍ରର ମେଡିକାଲ୍‌ ଟିମ୍‌ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଆଜି ଗଞ୍ଜେଇପଦରରେ ରାସନ୍‌ କାର୍ଡ ବାଣ୍ଟିଛି। ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ ଆଜି ଗଞ୍ଜେଇପଦର ଗାଁରେ ଗ୍ରାମ ସଭା ଆୟୋଜନ କରିଥିଲେ। ଆଉ ଗାଁ ବିକାଶ ନେଇ ଲୋକଙ୍କ ମତାମତ ଲୋଡିଥିଲେ। ଗାଁର ମହିଳା ଓ […]

Kotia

Kotia

Manoranjan Sial
  • Published: Friday, 08 October 2021
  • Updated: 08 October 2021, 09:37 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ପ୍ରଶାସନିକ ଅଧିକାରୀଙ୍କ ଦାଦାଗିରି ଥମିବାର ନାଁ ଧରୁନାହିଁ। ପ୍ରତିଦିନ କିଛି ନା କିଛି କାର୍ଯ୍ୟ ଆୟୋଜନ କରୁଛି। ଗତକାଲି(ଗୁରୁବାର) କୋଟିଆର ନେରେଡ଼ିୱାଲସା ସମେତ ୫ଟି ଗାଁରେ ଆନ୍ଧ୍ରର ମେଡିକାଲ୍‌ ଟିମ୍‌ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଆଜି ଗଞ୍ଜେଇପଦରରେ ରାସନ୍‌ କାର୍ଡ ବାଣ୍ଟିଛି।

ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ ଆଜି ଗଞ୍ଜେଇପଦର ଗାଁରେ ଗ୍ରାମ ସଭା ଆୟୋଜନ କରିଥିଲେ। ଆଉ ଗାଁ ବିକାଶ ନେଇ ଲୋକଙ୍କ ମତାମତ ଲୋଡିଥିଲେ। ଗାଁର ମହିଳା ଓ ପୁରୁଷମାନେ ସଭାରେ ବସିଥିଲେ ଏବଂ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ଆଲୋଚନା ସମୟରେ ଗାଁ ଲୋକେ ବହୁ ପ୍ରସ୍ତାବ ଦେଇଛନ୍ତି। ସେ ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଆନ୍ଧ୍ରର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଗ୍ରାମସଭା ସରିବା ପରେ ଗାଁ ଲୋକଙ୍କୁ ରାସନ କାର୍ଡ ବଣ୍ଟା ଯାଇଥିଲା। ଗାଁ କେତେକ ଲୋକଙ୍କୁ ରାସନ୍‌ କାର୍ଡ ବଣ୍ଟା ଯାଇଛି। ଆଉ କିଛି ଲୋକଙ୍କ ନାଁ ନିଆଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କୁ ରାସନ୍‌ କାର୍ଡ ବଣ୍ଟନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗ୍ରାମସଭାରେ ସାଲୁର ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ ଜି ପ୍ରଭାତୀ, ମଣ୍ଡଳ ପରିଷଦ ଶିକ୍ଷାଧିକାରୀ ଭି. ମହେଶ୍ୱରୀ ରାଓ, ଯୋଗାଣ ବିଭାଗ ଓ ତହସିଲଦାର ଦାୟିତ୍ୱରେ ଥିବା ସିଏସ୍‌ଡିଟି ଚନ୍ଦ୍ରଶେଖରଙ୍କ ସମେତ ଆନ୍ଧ୍ର ଦ୍ୱାରା ଗଠିତ ଗଂଜେଇପଦର ପଞ୍ଚାୟତର ସମ୍ପାଦକ, ମନୋନୀତ ସରପଞ୍ଚ ବିଶୁ ଗେମଲ ଉପସ୍ଥିତ ଥିଲେ।

ଗତକାଲି ଆନ୍ଧ୍ରର ମେଡ଼ିକାଲ୍‌ ଟିମ୍‌ କୋଟିଆର ଫାଟୁସେନେରୀ, ସଲପଗୁଡା ଓ ହରମାଣ୍ଡାଙ୍ଗି ଗାଁରେ ଚକ୍ଷୁ ଶିବିର ଆୟୋଜନ କରିଥିଲା। ମେଡିକାଲ୍‌ ଟିମ୍‌ ୫୦ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ କେତେକଙ୍କୁ ମାଗଣାରେ ଚଷମା ପ୍ରଦାନ କରିଛି। ଆଉ କିଛି ଲୋକଙ୍କୁ ଚଷମା ଦେବା ପାଇଁ ମେଡିକାଲ୍‌ ଟିମ୍‌ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story