ପଛରେ ହୋଇ ବି ମାଡ଼ି ବସିଲା ଆନ୍ଧ୍ର, ନଥିପତ୍ର ଠୁଳ କରୁଛି ଓଡ଼ିଶା

କୋରାପୁଟ(ଓଡ଼ିଶା ରିପୋର୍ଟର): ଦିନକ ପରେ କୋର୍ଟରେ ହେବ କୋଟିଆ ଲଢ଼େଇ। କୋଟିଆ ଯେ, ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ତାହାର ପ୍ରମାଣ ଦେବେ ରାଜ୍ୟ ସରକାର। ଏଥିପାଇଁ ରାଜସ୍ୱଠୁ ଆଇନ ବିଭାଗ, ଲିଗାଲ ଟିମ, ଜିଲ୍ଲାପାଳଙ୍କ ଯାଏଁ ଚାଲିଛି ଘନଘନ ବୈଠକ। ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମସ୍ତେ ଏକାଠି ହୋଇ ତିଆରି କରିଛନ୍ତି ରଣନୀତି । ୧୯୬୮ରୁ ଯାହା କିଛି ସରକାରୀ ନଥିପତ୍ର ଅଛି, ସେସବୁକୁ ଠୁଳ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। କୋଟିଆ ପଞ୍ଚାୟତ ଏବଂ […]

6789

6789

Tapas Behera
  • Published: Wednesday, 17 February 2021
  • Updated: 17 February 2021, 07:26 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଦିନକ ପରେ କୋର୍ଟରେ ହେବ କୋଟିଆ ଲଢ଼େଇ। କୋଟିଆ ଯେ, ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ତାହାର ପ୍ରମାଣ ଦେବେ ରାଜ୍ୟ ସରକାର। ଏଥିପାଇଁ ରାଜସ୍ୱଠୁ ଆଇନ ବିଭାଗ, ଲିଗାଲ ଟିମ, ଜିଲ୍ଲାପାଳଙ୍କ ଯାଏଁ ଚାଲିଛି ଘନଘନ ବୈଠକ। ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମସ୍ତେ ଏକାଠି ହୋଇ ତିଆରି କରିଛନ୍ତି ରଣନୀତି । ୧୯୬୮ରୁ ଯାହା କିଛି ସରକାରୀ ନଥିପତ୍ର ଅଛି, ସେସବୁକୁ ଠୁଳ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। କୋଟିଆ ପଞ୍ଚାୟତ ଏବଂ ଉପଜିଲ୍ଲାପାଳଙ୍କ ଅଫିସରେ ଥିବା ରେକର୍ଡ ରୁମ୍ରୁ ବାହାର କରାଯାଇଛି ପୁରୁଣା ଦସ୍ତାବିଜ୍ । ୧୯୩୬ରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହେବା ପରଠୁ ଓଡ଼ିଶା ମାନଚିତ୍ରରେ ରହିଆସିଛି କୋଟିଆ। କିନ୍ତୁ ୧୯୫୩ରେ ପ୍ରତିଷ୍ଠା ହୋଇଥିବା ଆନ୍ଧ୍ର, କୋଟିଆ ଲାଳସାରେ ପଡ଼ି ଏହାକୁ ନିଜ କବ୍ଜାକୁ ନେବାକୁ ଚକ୍ରାନ୍ତ କରୁଛି । ୧୯୬୮ରେ ଏହି ବିବାଦୀୟ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ୨୦୦୬ରେ ସ୍ଥିତାବସ୍ଥା ଜାରି କରିଥିଲେ ସର୍ବୋଚ୍ଚ କୋର୍ଟ । ଏବେ ୧୫ ବର୍ଷ ପରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଆସନ୍ତା ଶୁକ୍ରବାର ହେବ ମାମଲାର ଶୁଣାଣି।

ଏସବୁ ଭିତରେ ଓଡିଶା ଭିତରେ ପଶି କିପରି ଦାଦାଗିରି ଚଳାଇଛି ଆନ୍ଧ୍ର, ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି । କୋଟିଆର ପାଟୁସିନେରୀ ଗାଁ ରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏକ ଅସ୍ଥାୟୀ ଘରେ ପିଲାଙ୍କୁ ତେଲୁଗୁ ଭାଷାରେ ଶିକ୍ଷା ଦିଆଯାଉଛି। ଆନ୍ଧ୍ର ପ୍ରଶାସନ ଏଠାରେ ଜଣେ ଶିକ୍ଷକ ନିଯୁକ୍ତ କରିବା ସହ ପିଲାଙ୍କୁ ଆମା ଓଡି ଅର୍ଥାତ୍ ମା କୋଳ ଯୋଜନାରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ଦେଉଛନ୍ତି । ମାଗଣାରେ ଖାତା, ବହି, ଡ୍ରେସ୍ ଓ ଏମ୍ଡିଏମ୍ ବି ଯୋଗାଉଛନ୍ତି । ଏଭଳି ଅନୁପ୍ରବେଶ କୌଶଳ କେବଳ କୋଟିଆରେ ନୁହେଁ, କୋରାପୁଟର ପଟାଙ୍ଗି ଏବଂ ମାଲକାନଗିରି ଧୂଲିପୁଟ ପଞ୍ଚାୟତ ଜୁମଡାଙ୍ଗ ଗାଁ ଲୋକଙ୍କୁ ପ୍ରଭାବିତ କରି ନିର୍ବାଚନ କରିବାକୁ ଚେଷ୍ଟା କରିଛି ଆନ୍ଧ୍ର । ତେବେ ଜୁମଡାଙ୍ଗରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ବୁଝାଶୁଝା ପରେ ଲୋକେ ମତଦାନ କରିବାକୁ ଯାଇନଥିଲେ ।

ସେପଟେ ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମୌଳିକ ସୁବିଧା ନଥିବାରୁ ଆନ୍ଧ୍ର ମୁହାଁ ହେଉଛନ୍ତି ସୀମାନ୍ତ ଓଡ଼ିଆ। ଓଡ଼ିଶାର ଅଫିସ୍ ଥିଲେ ବି ଅଧିକାରୀ ନାହାନ୍ତି । ଆନ୍ଧ୍ରର ଅଫିସ୍ ନଥାଇ ବି ସେଠି ଅଫିସର୍ ଅଛନ୍ତି । ତେଣୁ ଲୋକେ ଆନ୍ଧ୍ର ପ୍ରତି ଆକର୍ଷିତ ହେଉଥିବା କହିଛନ୍ତି ପ୍ରଦୀପ୍ତ । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ନକରି ବିକାଶ କାମ ଆଗେଇବା ସହ ଲୋକଙ୍କୁ ବୁଝାଇବାକୁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରିବାକୁ ସେ ଦାବି ରଖିଛନ୍ତି  । ସେପଟେ ସୀମା ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story