ଆମେ ଓଡ଼ିଶାରେ ମିଶିବୁ, ମାଲକାନଗିରି ଏସ୍‌ପିଙ୍କୁ ଭେଟି କହିଲେ ଆନ୍ଧ୍ର ବାସିନ୍ଦା

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ‘ଆମେ ଓଡ଼ିଶାରେ ମିଶିବୁ।’ ଓଡ଼ିଶା ସୀମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶ ଅଞ୍ଚଳର ଲୋକେ ଆଜି ମାଲକାନଗିରି ଏସ୍‌ପିଙ୍କୁ ଭେଟି ଏଭଳି ନିବେଦନ କରିଛନ୍ତି। ସେମାନଙ୍କ ଗାଁକୁ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ସ୍ଥାନୀୟ ସରକାର କରୁ ନ ଥିବାରୁ ଓଡ଼ିଶା ସରକାର ଏବାବଦରେ ସାହାଯ୍ୟ କରନ୍ତୁ ବୋଲି ଏହି ସୀମାନ୍ତ ଗାଁ ଲୋକେ ମାଲକାନଗିରି ଏସ୍‌ପିଙ୍କୁ ଭେଟି ଲିଖିତ ଜଣାଇଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଏସ୍‌ପିଙ୍କୁ କହିଛନ୍ତି। ଯାହାକୁ ନେଇ ଅଲୋଚନା ଆରମ୍ଭ ହୋଇଛି। ସୂଚନା […]

andhra

andhra

Niranjan Mishra
  • Published: Wednesday, 18 January 2023
  • Updated: 18 January 2023, 09:28 PM IST

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ‘ଆମେ ଓଡ଼ିଶାରେ ମିଶିବୁ।’ ଓଡ଼ିଶା ସୀମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶ ଅଞ୍ଚଳର ଲୋକେ ଆଜି ମାଲକାନଗିରି ଏସ୍‌ପିଙ୍କୁ ଭେଟି ଏଭଳି ନିବେଦନ କରିଛନ୍ତି। ସେମାନଙ୍କ ଗାଁକୁ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ସ୍ଥାନୀୟ ସରକାର କରୁ ନ ଥିବାରୁ ଓଡ଼ିଶା ସରକାର ଏବାବଦରେ ସାହାଯ୍ୟ କରନ୍ତୁ ବୋଲି ଏହି ସୀମାନ୍ତ ଗାଁ ଲୋକେ ମାଲକାନଗିରି ଏସ୍‌ପିଙ୍କୁ ଭେଟି ଲିଖିତ ଜଣାଇଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଏସ୍‌ପିଙ୍କୁ କହିଛନ୍ତି। ଯାହାକୁ ନେଇ ଅଲୋଚନା ଆରମ୍ଭ ହୋଇଛି।

ସୂଚନା ମୁତାବକ, ସୀମାନ୍ତରେ ଲାଲ ବାହିନୀର ଲାଲ ଆତଙ୍କ ଯୋଗୁଁ ବିଚ୍ଛିନ୍ନାଂଚଳରେ ଅଟକିଯାଇଥିଲା ବିକାଶ। ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ହେଉଥିଲେ ଏଠାକାର ବାସିନ୍ଦା। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଚ୍ଛିନ୍ନାଂଚଳରେ ଆରମ୍ଭ ହେଲା ଆଣ୍ଟି ନକ୍ସଲ ଅପରେସନ। ମାଲକାନଗିରି ଜିଲ୍ଲାକୁ ଆସିଲେ ବିଏସ୍‌ଏଫ୍। ପଛଘୁଞ୍ଚା ଦେଲେ ଲାଲବାହିନୀ। ଆଉ ତା’ ପରେ ଆଗେଇ ଚାଲିଲା ବିକାଶର ଗାଡି। ସ୍ୱାଭିମାନ ଅଂଚଳର ପ୍ରାୟ ସମସ୍ତ ଗାଁକୁ ରାସ୍ତା ଫିଟିଥିବା ବେଳେ ପାନୀୟ ଜଳ, ଜଳସେଚନ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଚାଲିଛି।

ଆଉ ଏହି ବିକାଶକୁ ଦେଖି ଆକୃଷ୍ଟ ହୋଇଛନ୍ତି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ଅନେକ ଗାଁ ବାସିନ୍ଦା। ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ପଂଚାୟତର ଘନବେଡାରେ ବିଏସ୍‌ଏଫ ଓ ପୁଲିସର ମିଳିତ ସହଯୋଗରେ ହେଉଥିବା ଏକ ଜନସମ୍ପର୍କ ଶିବିରରେ ଆନ୍ଧ୍ରପ୍ରଦେଶର ସିର୍ଲିମେଟା ପୁଲିଯଲମା, କୋଟିଆଗୁଡା, ମାଝୀଗୁଡା, କିମୁଡ଼ପୁଟ, ପିତାଗଟା, ବୁଙ୍ଗାପୁଟ ଗାଁର ବାସିନ୍ଦା ଆସି ମାଲକାନଗିରି ଏସ୍‌ପି ନୀତେସ୍ ୱାଦୱାନିଙ୍କୁ ଭେଟିଥିଲେ। ସେମାନେ ନିବେଦନ କରିଛନ୍ତି ଯେ, ଆମ ସରକାର ଆମକୁ ପଚାରୁନାହିଁ, ଆପଣ ଆମକୁ ବିକାଶର ବାଟ ତିଆରି କରି ଦିଅନ୍ତୁ। ଆମେ ଓଡ଼ିଶାରେ ମିଶିଯିବୁ।

ନିଜ ରାଜ୍ୟର ଲୋକଙ୍କ ବିକାଶ ନ କରି ଓଡିଶା ସୀମାନ୍ତ ଗାଁଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ରପ୍ରଦେଶ କୁଚକ୍ରାନ୍ତ କରୁଥିବା ବେଳେ ଏବେ ଓଡ଼ିଶାର ବିକାଶ ଧାରାକୁ ଦେଖି ଆନ୍ଧ୍ରବାସୀ ଟାଣି ହୋଇ ଆସିବା ଅଲୋଚନାର ବିଷୟ ହୋଇଛି।

ଗ୍ରାଉଣ୍ଡ ଜିରୋ ପରଖିବା ବେଳେ ଜଣାପଡ଼ିଥିଲା ଯେ, ଓଡ଼ିଶା ସୀମାନ୍ତ ବିଶାଖାପାଟଣା ଜିଲ୍ଲାର ବୁଙ୍ଗାପୁଟ ଗାଁରେ ନା’ ଅଛି ପକ୍କା ସଡକ ନା ଅଛି ବିଶୁଦ୍ଧ ପାନୀୟ ଜଳ। ଲୋକେ ଏଠି ସାଧାରଣ ମୌଳିକ ସୁବିଧାରୁ ବଂଚିତ। ଏହି ଗାଁରେ ଗୋଟିଏ ବି ପକ୍କା ଘର ନାହିଁ। ଝରଣା ପାଣିକୁ ଏମାନେ ପାନୀୟ, ସ୍ନାନଶୌଚ ଓ ଜଳସେଚନ କାମରେ ବ୍ୟବହାର କରୁଛନ୍ତି। ସମସ୍ତେ ବିପଦସଙ୍କୁଳ ଝାଟିମାଟି ଘରେ ବସବାସ କରୁଛନ୍ତି।

ଆନ୍ଧ୍ରପ୍ରଦେଶ ବାଙ୍ଗାପୁଟର ଶଶୀଧର, ପୁଲିଯଲମାର ସୁଧାରାଲୁ ଶୁଭା ରାଓ, ସିଲିମେଟାର ଚନ୍ଦ୍ରା କହିଛନ୍ତି, ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକର ବିକାଶ ଦେଖି ସେମାନେ ଏସ୍‌ପିଙ୍କୁ ଭେଟିଥିଲେ। ଆନ୍ଧ୍ରପ୍ରଦେଶ ସରକାର ଓ ଜନପ୍ରତିନିଧିମାନେ ସେମାନଙ୍କ ସମସ୍ୟା ବୁଝୁ ନାହାନ୍ତି। ତେଣୁ ସେମାନେ ଆଜି ମାଲକାନଗିରି ଏସ୍‌ପିଙ୍କୁ ଭେଟି ତାହା ଜଣାଇଥିଲେ। ସେମାନଙ୍କ ଅଞ୍ଚଳର ବିକାଶ କରିବା ସହ ଓଡ଼ିଶାରେ ମିଶିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଏନେଇ ଏସ୍‌ପି ଶ୍ରୀ ୱାଦୱାନୀ କହିଛନ୍ତି, ଆନ୍ଧ୍ରର ଆଜି ୪ ଅଞ୍ଚଳର ଲୋକେ ଆସି ତାଙ୍କୁ ଭେଟିଥିଲେ। ନକ୍ସଲ କାର୍ଯ୍ୟକଳାପ ବନ୍ଦ ଓ ଉନ୍ନତିକୁ ଦେଖି ସେମାନେ ଆସିଥିଲେ। ଉନ୍ନତିମୂଳକ କାମ ତାଙ୍କ ଗ୍ରାମରେ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କୁ ଯଥା ସମ୍ଭବ ଓଡ଼ିଶା ପାର୍ଶ୍ୱରୁ ସହାୟତା କରାଯିବ ବୋଲି ଭରସା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story