କୋଟି‌ଆ ଗ୍ରାମପୁଞ୍ଜରେ ପୁଣି ପଶିଲା ଆନ୍ଧ୍ର

Ordigital Desk
  • Published: Wednesday, 28 March 2018
  • , Updated: 28 March 2018, 08:40 AM IST
<p>କୋରାପୁଟ( ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୋଟି&zwnj;ଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ର ଅନୁପ୍ରବେଶ କରିଛି। ଓଡ଼ିଶା ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି କୋଟିଆ ପଞ୍ଚାୟତବାସୀଙ୍କ ସହ ସଂପର୍କ ନିବିଡ଼ କରିବାକୁ ଚେଷ୍ଟା କରୁଛି। ଏହି କ୍ରମରେ ନେରେଡି ବାଲସାଠାରେ ଆନ୍ଧ୍ର ପୋଲିସ ପକ୍ଷରୁ ଏକ ବିରାଟ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିଲା। ବିଜୟନଗର ଏଏସପି ଦୀପକ ପଟେଲ ଏହି ଜନସଂପର୍କ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ସହ ଭଲିବଲ ମ୍ୟାଚର ମଧ୍ୟ ଆୟୋଜନ କରାଯାଇଥିଲା।</p> <p>ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ ପରୀକ୍ଷା ସହ ୪୧ ଜଣଙ୍କ ଆଖିରେ ମୋତିଆବିନ୍ଦୁ ଅପରେସନ୍ ପାଇଁ ଚିହ୍ନଟ କରାଯାଇଥିଲା। ସେହିପରି ସ୍ଥାନୀୟ ଲୋକଙ୍କୁ ୧୫୦ଟି କମ୍ବଳ, ୨୦୦ଟି ଶାଢ଼ି ଓ ୧୫ଟି ଭଲିବଲ୍ କିଟ୍ ମଧ୍ୟ ବିତରଣ କରାଯାଇଥିଲା</p> <p>&amp;nbsp;</p> <p>&amp;nbsp;</p>

Related story