ନବୀନଙ୍କ ରାଜ୍ୟରେ ନାଇଡୁଙ୍କ ରାଜୁତି: ଲୋଭ ଦେଖାଇ କହୁଛନ୍ତି- ତମେ ଆସିଲେ ମାସକୁ ୨୦୦୦ ଟଙ୍କା ପାଇବ
Ordigital Desk
• Published: Wednesday, 10 January 2018
• , Updated: 10 January 2018, 10:43 PM IST
କୋରାପୁଟ: (ଓଡ଼ିଶା ରିପୋର୍ଟର) ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି। ଓଡିଶା ସରକାର ଓ ସ୍ଥାନୀୟ ପ୍ରଶାସନର ନୀରବତାର ସୁଯୋଗ ନେଇ କୋରାପୁଟ ସୀମା କୋଟିଆଗାଁକୁ ପୁଣି ନିଜ କବଜାକୁ ନେବାକୁ ପ୍ରୟାସ କରିଛି ଆନ୍ଧ୍ର। ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ୪ ଘଣ୍ଟା ରହି ଓଡିଶା ମାଟିରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ବି ଟେର ପାଇନ ଥିଲା କୋରାପୁଟ ପ୍ରଶାସନ। ଆନ୍ଧ୍ରରେ ରହିଲେ ଅଧିକ ପେନସନ ମିଳିବାର ଲୋଭ ବି ଦେଖାଇଛନ୍ତି ଆନ୍ଧ୍ର ଅଧିକାରୀ ।
ଓଡିଶା ଭିତରେ ଆନ୍ଧ୍ରର ଅନୁପ୍ରବେଶ। କୋଟିଆ ମାଟିରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ। ଏହି ଅବସରରେ ଆନ୍ଧ୍ର ସରକାର କମ୍ବଳ ଓ ସୋଲାର ଲାଇଟ୍ ମଧ୍ୟ ବାଣ୍ଟିଲେ। ଏହାସହ ଲୋକଙ୍କୁ ଦେଇଛନ୍ତି ହଜାରେ ଟଙ୍କା ଲେଖାଁଏ ପେନସନ। ଗାଁ ଲୋକଙ୍କୁ ଲୋଭ ଦେଖାଇଛନ୍ତି। ଆନ୍ଧ୍ର ସହ ରହିଲେ ୨୦୧୯ରୁ ମିଳିବ ୨ ହଜାର ଟଙ୍କା ଲେଖାଁଏ ପେନସନ। ତଳ ଗଞ୍ଜଇପଦର ଗାଁରେ ଗତକାଲି ୪ ଘଣ୍ଟା ଧରି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମ କରିଥିଲେ ବି ଟେର ପାଇ ନଥିଲା କୋରାପୁଟ ପ୍ରଶାସନ।  ଫେରିବା ବାଟରେ ଆନ୍ଧ୍ରର ଅଧିକାରୀଙ୍କୁ ଭେଟିଥିଲେ କୋରାପୁଟ ଉପଜିଲ୍ଲାପାଳ। ଆଜି କୋଟିଆର ତଳଗଞ୍ଜେଇ ପଦର ଗାଁରେ ପହଁଞ୍ଚିଥିଲା ଓଟିଭି ।
ଏ ହେଉଛନ୍ତି ତଳଗଞ୍ଜେଇପଦର ଗାଁର ଚୋଡିପାଲି କସାଇ।  ଏ ନାଁ ତାଙ୍କୁ ଦେଇଛନ୍ତି ଆନ୍ଧ୍ର ସରକାର।   ପାଖରେ ଅଛି ଆନ୍ଧ୍ରର ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ । ଆଉ ଓଡିଶା ସରକାର ଚୋଡିପାଲିର ନାଁ ଦେଇଛନ୍ତି କସାଇ ପାଙ୍ଗୀ। ଏମିତି ଦୁଇ ଦୁଇଟି ନାଁ ଓ ପରିଚୟ ପତ୍ର। ଗାଁର ଗେମଲ ମୁସରୀ ବି ଆନ୍ଧ୍ର ଉପରେ ଭାରି ଖୁସ। କାହିଁକିନା ତାଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ କିଛି ମିଳୁନି। ଯାହା ଦେଉଛି ଆନ୍ଧ୍ର ଦଉଛି। ତଳଗଞ୍ଜେଇ ପଦରକୁ ମିଶାଇ ବିବାଦୀୟ ୨୧ଟି ଗାଁକୁ ୪ଟି ପଞ୍ଚାୟତ କରି ଏଠି ନାଏବ ସରପଞ୍ଚ ନିଯୁକ୍ତି କରିଛି ଆନ୍ଧ୍ର। ପ୍ରାୟ ଲୋକଙ୍କ ଘର କାନ୍ଥରେ ଶୋଭା ପାଉଛି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ ରେଡ୍ଡିଙ୍କ ଫଟୋ।
ଓଡିଶା ମାନଚିତ୍ରରେ ଥିବା କୋଟିଆରେ ରହିଛି ୨୮ ଟି ଗାଁ। ସେଥିରୁ ୨୧ଟି ଗାଁକୁ ନେଇ ୧୯୬୮ରୁ ଆନ୍ଧ୍ର ସହ ବିବାଦ ଲାଗିରହିଛି। ସେପଟେ ଗତକାଲି ଆନ୍ଧ୍ରର ଦାଦାଗିରି ନେଇ କୋରାପୁଟ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି।
ଦୁଇ ରାଜ୍ୟ ଭିତରେ କୋଟିଆ ଗାଁକୁ ନେଇ ବିବାଦ ସୁପ୍ରିମକୋର୍ଟରେ ଅଛି। କୋର୍ଟ ୨୦୦୬ରେ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ ବି ଆନ୍ଧ୍ର ଏହାକୁ ଖାତିର କରୁନି। ଆଉ ଓଡିଶା ସବୁ ଜାଣି କିଛି ନ ଜାଣିଲା ଭଳି ରହିଛି।
Related story