ଆନ୍ଧ୍ରପ୍ରଦେଶ ରାଜ୍ୟସ୍ତରୀୟ ପରେଡ୍‌ରେ ଓଡ଼ିଶା କଣ୍ଟିଜେଣ୍ଟ୍‌ ପ୍ରଥମ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ରେ ଭାଗ ନେଇ ଓଡ଼ିଶା କଣ୍ଟିଜେଣ୍ଟ୍‌ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ଚାମ୍ପିଅନ୍‌ ଓଡ଼ିଶା କଣ୍ଟିଜେଣ୍ଟ୍‌ ଦଳକୁ ଟ୍ରଫି ପ୍ରଦାନ କରିଛନ୍ତି। ଆନ୍ଧ୍ର ପୋଲିସ୍ ଡିଜି ୨୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏଥିପାଇଁ ଓଡ଼ିଶାର ପୋଲିସ୍‌ ମହାନିର୍ଦ୍ଦେଶକ କେ.ବି ସିଂହ କଣ୍ଟିଜେଣ୍ଟର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆନ୍ଧ୍ରପ୍ରଦେଶରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବାକୁ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ […]

odisha-police

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 05:10 PM IST

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ରେ ଭାଗ ନେଇ ଓଡ଼ିଶା କଣ୍ଟିଜେଣ୍ଟ୍‌ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ଚାମ୍ପିଅନ୍‌ ଓଡ଼ିଶା କଣ୍ଟିଜେଣ୍ଟ୍‌ ଦଳକୁ ଟ୍ରଫି ପ୍ରଦାନ କରିଛନ୍ତି। ଆନ୍ଧ୍ର ପୋଲିସ୍ ଡିଜି ୨୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏଥିପାଇଁ ଓଡ଼ିଶାର ପୋଲିସ୍‌ ମହାନିର୍ଦ୍ଦେଶକ କେ.ବି ସିଂହ କଣ୍ଟିଜେଣ୍ଟର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆନ୍ଧ୍ରପ୍ରଦେଶରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବାକୁ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ବିଭୁତି ଭୂଷଣ ମହାରଣାଙ୍କ ନେତୃତ୍ୱରେ ଗଠିତ ହୋଇଥିବା କଣ୍ଟିଜେଣ୍ଟ୍‌ରେ ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରୁ ୮୨ ଜଣଙ୍କୁ ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୮ ଜଣ ଆୟୋଜିତ ପରେଡ୍‌ରେ ଭାଗ ନେଇଥିଲେ।

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ୨ଟି କଣ୍ଟିଜେଣ୍ଟ୍‌ ଓଡ଼ିଶାର ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେଇଥିଲେ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟ୍ରଫିକୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ପରେ ସେମାନଙ୍କୁ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ଏକ ଟ୍ରଫି ପ୍ରଦାନ କରାଯାଇଥିଲା।

Related story