ଆନ୍ଦୋଳନରୁ ଓହରିଲା ୪୮୮ବର୍ଗ କଲେଜ ଅଧ୍ୟାପକ, ଯୁକ୍ତଦୁଇ ପରୀକ୍ଷାରେ କରିବେ ସହଯୋଗ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ୪୮୮ବର୍ଗ କଲେଜ ଅଧ୍ୟାପକ। ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଲୋଚନା ପରେ ସୋମବାର ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି ୪୮୮ବର୍ଗ କଲେଜ ଅଧ୍ୟାପକ ସଂଘ। ଏହାସହ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତଦୁଇ ପରୀକ୍ଷାରେ ମଧ୍ୟ ସହଯୋଗ କରିବାକୁ ଘୋଷଣା କରିଛି। ଏନେଇ ସୂଚନା ଦେଇ ୪୮୮ ବର୍ଗ ଅଧ୍ୟାପକ ସଂଘର ସଭାପତି ପବିତ୍ର ମାହାଲା କହିଛନ୍ତି,“ଆମ ସମସ୍ୟା ନେଇ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସହ ଦେଢ ଘଣ୍ଟା ଧରି ଆଲୋଚନା କରିଥିଲୁ। ତାଙ୍କଠାରୁ […]

488-barga-teacher-meeting-minister

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 05:23 PM IST

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ୪୮୮ବର୍ଗ କଲେଜ ଅଧ୍ୟାପକ। ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଲୋଚନା ପରେ ସୋମବାର ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି ୪୮୮ବର୍ଗ କଲେଜ ଅଧ୍ୟାପକ ସଂଘ। ଏହାସହ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତଦୁଇ ପରୀକ୍ଷାରେ ମଧ୍ୟ ସହଯୋଗ କରିବାକୁ ଘୋଷଣା କରିଛି। ଏନେଇ ସୂଚନା ଦେଇ ୪୮୮ ବର୍ଗ ଅଧ୍ୟାପକ ସଂଘର ସଭାପତି ପବିତ୍ର ମାହାଲା କହିଛନ୍ତି,“ଆମ ସମସ୍ୟା ନେଇ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସହ ଦେଢ ଘଣ୍ଟା ଧରି ଆଲୋଚନା କରିଥିଲୁ। ତାଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ଆଜି ସକାଳୁ ରାଜ୍ୟପାଳ ଏସ୍‌.ସି ଜମୀର ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ ଆମକୁ ଡାକିଥିଲେ। ରାଜ୍ୟପାଳଙ୍କ ସହ ଏନେଇ ମଧ୍ୟ ଆଲୋଚନା କରିଥିଲୁ। ୩ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି।”

ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “୪୮୮ ବର୍ଗ ଅଧ୍ୟାପକ ସଂଘ ଯେଉଁ ଦାବି କରିଛି, ତାହାକୁ ଆମେ ଗ୍ରହଣ କରିଛୁ। ଏନେଇ ଅର୍ଥ ବିଭାଗ ସହ ଆଲୋଚନା କରାଯିବ। ଏହାପରେ ତାଙ୍କ ସମସ୍ୟାର ସମାଧାନ କରାଯିବ।”

Related story