ରାଜଧାନୀରେ ଅଙ୍ଗନବାଡ଼ି କର୍ମଚାରୀଙ୍କ ବକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଜାରି ରହିଛି ଅଙ୍ଗନଓ୍ୱାଡ଼ି କର୍ମଚାରୀଙ୍କ ଧାରଣା। ଲୋୟର ପିଏମଜିରେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିସେନ ପକ୍ଷରୁ ୧୦ ଦିନ ଧରି ଧାରଣା ଦିଆଯାଇଛି। ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ପ୍ରଦାନ ଆଦି ଦାବିରେ ଏହି ଧାରଣା ଚାଲିଛି। ଗତ ମେ ୧୬ରେ ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକମାନେ ବିଭିନ୍ନ ଦାବି ନେଇ ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଏବଂ ମୁଖ୍ୟ […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 06:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଜାରି ରହିଛି ଅଙ୍ଗନଓ୍ୱାଡ଼ି କର୍ମଚାରୀଙ୍କ ଧାରଣା। ଲୋୟର ପିଏମଜିରେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିସେନ ପକ୍ଷରୁ ୧୦ ଦିନ ଧରି ଧାରଣା ଦିଆଯାଇଛି। ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ପ୍ରଦାନ ଆଦି ଦାବିରେ ଏହି ଧାରଣା ଚାଲିଛି।

ଗତ ମେ ୧୬ରେ ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକମାନେ ବିଭିନ୍ନ ଦାବି ନେଇ ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ। ମାତ୍ର ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଆଜି ପିଏମ୍‌ଜିରେ ଚାଲିଥିବା ଆନ୍ଦୋଳନରେ ବିଭିନ୍ନ ଜିଲ୍ଲାରୁ ୧୦,୦୦୦ ରୁ ଊର୍ଦ୍ଧ୍ୱ ଅଙ୍ଗନବାଡି କର୍ମୀ ସାମିଲ ହୋଇଥିଲେ।

Related story