ହିତାଧିକାରୀଙ୍କ ଅଜାଣତରେ ବ୍ୟାଙ୍କ ଖାତାରେ ହେଉଛି ନେଣଦେଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଅମଲାପଡ଼ା ବ୍ୟାଙ୍କ ଅଫ୍‌ଇଣ୍ଡିଆ ଶାଖାରେ ରନ୍ତଲେଇ ଗାଁର ୨୦ରୁ ଅଧିକ ଲୋକଙ୍କ ଖାତାରୁ ଥରକେ ୫୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇ ପରେ ଉଠାଯାଇ ନିଆ ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ଖାତା ଧାରକମାନେ ବ୍ୟାଙ୍କକୁ ଯାଇ ଅଭିଯୋଗ କରିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଫଳରେ ଖାତା ଧାରକମାନେ ଆଜି ଅନୁଗୋଳ ଥାନାକୁ ଯାଇ ଅଭିଯୋଗ କରିଛନ୍ତି।

angul-bank

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 09:36 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଅମଲାପଡ଼ା ବ୍ୟାଙ୍କ ଅଫ୍‌ଇଣ୍ଡିଆ ଶାଖାରେ ରନ୍ତଲେଇ ଗାଁର ୨୦ରୁ ଅଧିକ ଲୋକଙ୍କ ଖାତାରୁ ଥରକେ ୫୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇ ପରେ ଉଠାଯାଇ ନିଆ ଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ଜଣାପଡିବା ପରେ ଖାତା ଧାରକମାନେ ବ୍ୟାଙ୍କକୁ ଯାଇ ଅଭିଯୋଗ କରିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଫଳରେ ଖାତା ଧାରକମାନେ ଆଜି ଅନୁଗୋଳ ଥାନାକୁ ଯାଇ ଅଭିଯୋଗ କରିଛନ୍ତି।

Related story