ବାଇକ୍‌କୁ ପିଟିଲା ଟ୍ରକ୍‌, ଦୁଇ ମୃତ

ଅନୁଗୋଳ: ଅନୁଗୋଲ ଏଫ୍‌ସିଆଇ ଛକରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ସିଆଇଏସ୍‌ଫ କର୍ମଚାରୀ ବୋଲି ଜଣାପଡ଼ିଛି। ସୂଚନାରୁ ପ୍ରକାଶ, ଦୁଇ ସିଆଇଏସ୍‌ଫ କର୍ମଚାରୀ ଏକ ବାଇକ୍‌ରେ ଅନୁଗୋଳ ଅଭିମୁଖେ ଯାଉଥିଲେ। ତେବେ ଏଫ୍‌ସିଆଇ ଛକରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲେ। ସେମାନଙ୍କ ପଛରୁ ଆସୁଥିବା ଏକ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। […]

truck accident

Rakesh Mallick
  • Published: Friday, 14 July 2017
  • , Updated: 14 July 2017, 11:05 PM IST

ଅନୁଗୋଳ: ଅନୁଗୋଲ ଏଫ୍‌ସିଆଇ ଛକରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ସିଆଇଏସ୍‌ଫ କର୍ମଚାରୀ ବୋଲି ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଦୁଇ ସିଆଇଏସ୍‌ଫ କର୍ମଚାରୀ ଏକ ବାଇକ୍‌ରେ ଅନୁଗୋଳ ଅଭିମୁଖେ ଯାଉଥିଲେ। ତେବେ ଏଫ୍‌ସିଆଇ ଛକରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲେ। ସେମାନଙ୍କ ପଛରୁ ଆସୁଥିବା ଏକ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Related story