ମହଙ୍ଗା ପଡିଲା ଗଞ୍ଜେଇ ସନ୍ଦେହ: ପିଟା ଖାଇଲେ ବନ କର୍ମଚାରୀ

ଅନୁଗୋଳ: ନବ କର୍ମଚାରୀଙ୍କୁ ଗଞ୍ଜେଇ ସନ୍ଦେହ ମହଙ୍ଗା ପଡିଛି। ଗଞ୍ଜେଇ ସନ୍ଦେହରେ ବନ କର୍ମଚାରୀମାନେ ଯାଉଥିବା ଏକ ଦମ୍ପିଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଶିକାର ହୋଇଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଡ଼କେରା ଛକରେ। ପୁରୁଣାକୋଟ ଥାନା ଅନ୍ତର୍ଗତ ପୈତୃକ ଗାଁରୁ ପ୍ରଶାନ୍ତ ସାହୁ ଓ ତାଙ୍କ ପତ୍ନୀ ଘରକୁ ଫେରୁଥିବା ବେଳେ ସାଥିରେ ଏକ ବସ୍ତା ଆଣିଥିଲେ। ଉକ୍ତ ବସ୍ତାରେ […]

angul1

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 01:56 PM IST

ଅନୁଗୋଳ: ନବ କର୍ମଚାରୀଙ୍କୁ ଗଞ୍ଜେଇ ସନ୍ଦେହ ମହଙ୍ଗା ପଡିଛି। ଗଞ୍ଜେଇ ସନ୍ଦେହରେ ବନ କର୍ମଚାରୀମାନେ ଯାଉଥିବା ଏକ ଦମ୍ପିଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଶିକାର ହୋଇଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଡ଼କେରା ଛକରେ।

ପୁରୁଣାକୋଟ ଥାନା ଅନ୍ତର୍ଗତ ପୈତୃକ ଗାଁରୁ ପ୍ରଶାନ୍ତ ସାହୁ ଓ ତାଙ୍କ ପତ୍ନୀ ଘରକୁ ଫେରୁଥିବା ବେଳେ ସାଥିରେ ଏକ ବସ୍ତା ଆଣିଥିଲେ। ଉକ୍ତ ବସ୍ତାରେ ଗଞ୍ଜେଇ ଥିବା ସନ୍ଦେହ କରି ବନ ବିଭାଗର ଦୁଇ ଜଣ କର୍ମଚାରୀ ସେମାନଙ୍କ ପିଛା କରି ସହ ବଡ଼କେରା ଛକରେ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ବନ ବସ୍ତାରେ ଥିବା ଗୋଖାଦ୍ୟ ରାସ୍ତାରେ ଢାଳି ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ବନ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Related story