ଅନୁଗୋଳ: କୋଠଘରୁ ମିଳିଲା ୩୫୦ ଗ୍ୟାସ୍ ସିଲିଣ୍ଡର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁ କୋଠଘରୁ ଯୋଗାଣ ବିଭାଗ ପକ୍ଷରୁ ୩୫୦ଟି ଏଲ୍‌ପିଜି ସିଲିଣ୍ଡର ଜବତ କରାଯାଇଛି। ଏହାସହ ଗାଁ ନିକଟ ଜଙ୍ଗଲରୁ ୧୦ଟି ଖାଲି ଟାଙ୍କି ମିଳିଛି। କିଛି ଗ୍ୟାସ୍ ସିଲିଣ୍ଡରକୁ ଲୋକେ ନେଇ ଯାଇଥିବା କୁହାଯାଉଛି। ଏହି ଘଟଣାରେ ମା’ବୁଢ଼ୀ ଗ୍ୟାସ୍ ଏଜେନ୍ସୀ ନାମକ ଏକ ସଂସ୍ଥାର ଗୋଦାମ ଘରକୁ ସିଜ୍ କରିଛି ଯୋଗାଣ ବିଭାଗ। ଅଭିଯୋଗ ଅନୁସାରେ ଗାଁର ଅନୀଲ ସାହୁ ନାମକ ଜଣେ ବ୍ୟକ୍ତି ଏସବୁ ସିଲିଣ୍ଡର […]

gas-cylinder

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 08:11 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁ କୋଠଘରୁ ଯୋଗାଣ ବିଭାଗ ପକ୍ଷରୁ ୩୫୦ଟି ଏଲ୍‌ପିଜି ସିଲିଣ୍ଡର ଜବତ କରାଯାଇଛି। ଏହାସହ ଗାଁ ନିକଟ ଜଙ୍ଗଲରୁ ୧୦ଟି ଖାଲି ଟାଙ୍କି ମିଳିଛି। କିଛି ଗ୍ୟାସ୍ ସିଲିଣ୍ଡରକୁ ଲୋକେ ନେଇ ଯାଇଥିବା କୁହାଯାଉଛି। ଏହି ଘଟଣାରେ ମା’ବୁଢ଼ୀ ଗ୍ୟାସ୍ ଏଜେନ୍ସୀ ନାମକ ଏକ ସଂସ୍ଥାର ଗୋଦାମ ଘରକୁ ସିଜ୍ କରିଛି ଯୋଗାଣ ବିଭାଗ।

ଅଭିଯୋଗ ଅନୁସାରେ ଗାଁର ଅନୀଲ ସାହୁ ନାମକ ଜଣେ ବ୍ୟକ୍ତି ଏସବୁ ସିଲିଣ୍ଡର କୋଠଘରେ ରଖିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ୍‌ ଏଜେନ୍ସି ଉପରେ ଚଢାଉ ଚାଲିଥିବାରୁ ଭୟରେ ସେ ଲୋକଙ୍କୁ ମାଗଣାରେ ଏସବୁ ନେଇଯିବାକୁ କହିଥିଲେ। ଏ ଖବର ଯୋଗାଣ ବିଭାଗ ପାଖରେ ପହଞ୍ଚି ଯିବା ପରେ ସଙ୍ଗେ ସଙ୍ଗେ ବିଭାଗ ପକ୍ଷରୁ ଗାଁରେ ଚଢାଉ କରାଯାଇଥିଲା। ବିଭାଗୀୟ ଅଧିକାରୀ କୋଠଘରୁ ସିଲିଣ୍ଡର ଜବତ କରିବା ସହ ଘରକୁ ସିଲ୍‌ କରିଛନ୍ତି।

ଏହା ପୂର୍ବରୁ ଗତକାଲି ଜିଲ୍ଲାର ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗାଁରେ ଜଣଙ୍କ ଘରୁ ୭୩ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗର ଏକ ଟିମ୍ ଗାଁର ସୁଧାକର ସାହୁଙ୍କ ଘରେ ଚଢ଼ାଉ କରି ଏହି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡରଗୁଡ଼ିକ ଜବତ କରିଥିଲା। ତେବେ ଏତେ ସଂଖ୍ୟକ ଗ୍ୟାସ୍ ସିଲିଣ୍ଡର କିଭଳି ଆସିଲା ତାହା ଜଣାପଡ଼ିନାହିଁ। ଯୋଗାଣ ବିଭାଗ ଏହାର ତଦନ୍ତ ଚଳାଇଛି।

Related story