ମୃତ୍ୟୁର ଚକ୍ରବ୍ୟୁହ; ଜଣକୁ ଘେରି ମାରିଦେଲେ ୭ ଯୁବକ

ଅନୁଗୋଳ: ଆଜି ଦିନ ଦ୍ୱି’ପ୍ରହରରେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଭରୁକୁଳ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଭରୁକୁଳ ଗାଁର ସୁବାସ ବେହେରା ରାସ୍ତାରେ ଯାଉଥିବା ବେଳେ ସେହି ଗ୍ରାମର ୭ ଜଣ ଯୁବକ ତାଙ୍କୁ ଟାଙ୍ଗିଆ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ସୁବାସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ହଣ୍ଡପା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

angul-murder

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 04:51 PM IST

ଅନୁଗୋଳ: ଆଜି ଦିନ ଦ୍ୱି’ପ୍ରହରରେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଭରୁକୁଳ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ଭରୁକୁଳ ଗାଁର ସୁବାସ ବେହେରା ରାସ୍ତାରେ ଯାଉଥିବା ବେଳେ ସେହି ଗ୍ରାମର ୭ ଜଣ ଯୁବକ ତାଙ୍କୁ ଟାଙ୍ଗିଆ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ସୁବାସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ହଣ୍ଡପା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁବାସଙ୍କ ମା’ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଗିରଫ କରିପାରିନି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

Related story