କୋର୍ଟ ସମ୍ମୁଖରୁ ଚମ୍ପଟ ମାରିଥିଲା, ପଡ଼ୋଶୀ ଜିଲ୍ଲାରୁ ଧରାପଡ଼ିଲା

ଅନୁଗୋଳ (ବିରଜା ଦାଶ):  କୋର୍ଟ ସମ୍ମୁଖରୁ ଚମ୍ପଟ ମାରିଥିଲା ନାବାଳିକା ଅପହରଣକାରୀ ଅଭିଯୁକ୍ତ। ଆଜି ଭୋରୁ ଢେଙ୍କନାଳ ଜିଲ୍ଲାରୁ ଅନୁଗୋଳ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅନୁଗୋଳ ଏସ୍‌ପି ଦୁଇ କନ୍‌ଷ୍ଟେବଳ ନିଲମ୍ୱିତ କରିଛନ୍ତି। ମାର୍ଚ୍ଚ ମାସରେ ଜଣେ ୧୫ ବର୍ଷୀୟା ନାବାଳିକା ଅପହରଣ ଅଭିଯୋଗ ଅନୁଗୋଳ ପୁଲିସ ଅଭିଯୁକ୍ତ ରବି ବେହେରାଙ୍କୁ ଗତକାଲି ଗିରଫ କରିଥିଲା। ରାତିରେ ତାଙ୍କୁ କୋର୍ଟ ଚାଲାଣ କରୁଥିଲା। […]

angul

Manoranjan Sial
  • Published: Saturday, 06 June 2020
  • , Updated: 06 June 2020, 04:35 PM IST

ଅନୁଗୋଳ (ବିରଜା ଦାଶ):  କୋର୍ଟ ସମ୍ମୁଖରୁ ଚମ୍ପଟ ମାରିଥିଲା ନାବାଳିକା ଅପହରଣକାରୀ ଅଭିଯୁକ୍ତ। ଆଜି ଭୋରୁ ଢେଙ୍କନାଳ ଜିଲ୍ଲାରୁ ଅନୁଗୋଳ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅନୁଗୋଳ ଏସ୍‌ପି ଦୁଇ କନ୍‌ଷ୍ଟେବଳ ନିଲମ୍ୱିତ କରିଛନ୍ତି।

ମାର୍ଚ୍ଚ ମାସରେ ଜଣେ ୧୫ ବର୍ଷୀୟା ନାବାଳିକା ଅପହରଣ ଅଭିଯୋଗ ଅନୁଗୋଳ ପୁଲିସ ଅଭିଯୁକ୍ତ ରବି ବେହେରାଙ୍କୁ ଗତକାଲି ଗିରଫ କରିଥିଲା। ରାତିରେ ତାଙ୍କୁ କୋର୍ଟ ଚାଲାଣ କରୁଥିଲା। ମାତ୍ର ସେ ପୁଲିସ କର୍ମଚାରୀଙ୍କୁ ଚକ୍‌ମା ଦେଇ କୋର୍ଟ ସମ୍ମୁଖରୁ ଚମ୍ପଟ ମାରିଥିଲା। ପୁଲିସ କର୍ମଚାରୀମାନେ ତାଙ୍କ ପଛେ ପଛେ ଦୌଡ଼ି ଥିଲେ ମଧ୍ୟ ଧରି ପାଇନଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶେଷରେ ଅନୁଗୋଳ ଏସ୍‌ପି ଜଗମୋହନ ମିନା କାର୍ଯ୍ୟରେ ଅବହେଳା ପାଇଁ ରବିଙ୍କୁ ନେଇ ଯାଇଥିବା ଦୁଇ କନ୍‌ଷ୍ଟେବଳଙ୍କୁ ନିଲମ୍ୱିତ କରିଥିଲେ। ଏଥି ସହ ଘଟଣାର ଡିପାର୍ଟମେଣ୍ଟାଲ ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆକ୍‌ସନ୍‌ ମୋଡ୍‌କୁ ଆସିଥିଲା ଅନୁଗୋଳ ପୁଲିସ।

ଚମ୍ପଟ ଅଭିଯୁକ୍ତକୁ ଧରିବା ପାଇଁ ଚାରିଆଡେ ଜାଲ ବିଛାଇଥିଲା। ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ଆଜି ଭୋରୁ ଢେଙ୍କାନାଳ ଜିଲ୍ଲାରେ ଚଢ଼ଉ କରି ଅଭିଯୁକ୍ତ ରବିକୁ ଧରିବାରେ ସଫଳ ହୋଇଥିଲା ପୁଲିସ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

Related story