ମୁହାଁମୁହିଁ ପିଟି ହେଲେ, ଜଳି ଗଲେ

<p>ଅନୁଗୋଳ: ଜଳିଗଲା ଟ୍ୟାଙ୍କର ଓ ଟ୍ରକ୍&zwnj;। ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନାକଚି ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି।&nbsp; ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳି ଉଠିଥିଲା ଦୁଇଟି ଯାକ ଗାଡ଼ି।&nbsp; ଭୋର୍&zwnj; ପ୍ରାୟ ୫ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ଅନୁଗୋଳ ଓ ଆଠମଲ୍ଲିକରୁ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା।&nbsp; ତେବେ ଉଭୟ ଗାଡ଼ିର ଡ୍ରାଇଭର ଓ ହେଲପର୍ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହଣ୍ଡପା ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।</p>

Ordigital Desk
  • Published: Saturday, 03 February 2018
  • Updated: 03 February 2018, 09:31 AM IST

Sports

Latest News

<p>ଅନୁଗୋଳ: ଜଳିଗଲା ଟ୍ୟାଙ୍କର ଓ ଟ୍ରକ୍&zwnj;। ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନାକଚି ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି।&nbsp; ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳି ଉଠିଥିଲା ଦୁଇଟି ଯାକ ଗାଡ଼ି।&nbsp; ଭୋର୍&zwnj; ପ୍ରାୟ ୫ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ଅନୁଗୋଳ ଓ ଆଠମଲ୍ଲିକରୁ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା।&nbsp; ତେବେ ଉଭୟ ଗାଡ଼ିର ଡ୍ରାଇଭର ଓ ହେଲପର୍ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହଣ୍ଡପା ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos