ଅନୁଗୋଳରେ ବିଦ୍ୟୁତ୍ ସମସ୍ୟା: ଜିଲ୍ଲାପାଳ ଓ ସେସୁ ଅଫିସ୍ ସମ୍ମୁଖରେ ଉପଭୋକ୍ତାଙ୍କ ବିକ୍ଷୋଭ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତା ତଥା ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଆଜି ବିଜୁଳି ସମସ୍ୟା ନେଇ ଜିଲ୍ଲାପାଳ ଓ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘନ ଘନ ବିଦ୍ୟୁତକାଟ ବନ୍ଦ କରିବା, ଲୋ ଭୋଲଟେଜ୍ ସମସ୍ୟାର ସମାଧାନ, ଉପଭୋକ୍ତାଙ୍କୁ ନିରବିଚ୍ଛିନ୍ନ ବିଦ୍ୟୁତସେବା ଯୋଗାଇ ଦେବା, ଉପଭୋକ୍ତାଙ୍କ ଉପରେ ହେଉଥିବା ଜୁଲୁମକୁ ବନ୍ଦ କରିବା ସହିତ ଏନଜେନ୍ କଂପାନୀ ସହିତ ଚୁକ୍ତି ବାତିଲ କରିବା ଆଦି ଦାବି ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ […]

angul

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 09:27 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତା ତଥା ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଆଜି ବିଜୁଳି ସମସ୍ୟା ନେଇ ଜିଲ୍ଲାପାଳ ଓ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘନ ଘନ ବିଦ୍ୟୁତକାଟ ବନ୍ଦ କରିବା, ଲୋ ଭୋଲଟେଜ୍ ସମସ୍ୟାର ସମାଧାନ, ଉପଭୋକ୍ତାଙ୍କୁ ନିରବିଚ୍ଛିନ୍ନ ବିଦ୍ୟୁତସେବା ଯୋଗାଇ ଦେବା, ଉପଭୋକ୍ତାଙ୍କ ଉପରେ ହେଉଥିବା ଜୁଲୁମକୁ ବନ୍ଦ କରିବା ସହିତ ଏନଜେନ୍ କଂପାନୀ ସହିତ ଚୁକ୍ତି ବାତିଲ କରିବା ଆଦି ଦାବି ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିବା ବେଳେ ଉପ-ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ଯେ ସମସ୍ୟାଗୁଡ଼ିକର ସମାଧାନ କରାଯିବା ନେଇ ଉଚିତ୍ ପଦକ୍ଷେପ ନିଆଯିବ।

Related story