ହାର ମାନିନାହାନ୍ତି, ଆତ୍ମନିର୍ଭରଶୀଳ ହୋଇଛନ୍ତି ଅନିଲ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପାଙ୍କୁ ହରାଇଥିଲେ। ଏହା ସତ୍ତ୍ୱେ ସେ ହାର ମାନି ନାହାନ୍ତି। ସବୁ ବାଧା ବିଘ୍ନକୁ ସାମ୍ନା କରି ପାଠ ପଢ଼ିଛନ୍ତି। ଆଉ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଅନ୍ୟପାଇଁ ରୋଜଗାର ମାର୍ଗ ଦର୍ଶକ ପାଲଟିଛନ୍ତି। ଏମିତି ଜଣେ ଉଦୀୟମାନ ଯୁବକ ହେଉଛନ୍ତି ଅନିଲ ବେହେରା। ନିଜେ ସ୍ୱାବଲମ୍ୱି ହେବା ସହିତ ନିଜ ଦୋକାନରେ ୮ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ବ୍ରହ୍ମପୁର ଗେଟବଜାର ଅଞ୍ଚଳର ଅନିଲ ବେହେରା। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ […]

ganjam

ganjam

Manoranjan Sial
  • Published: Wednesday, 03 March 2021
  • Updated: 03 March 2021, 05:07 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପାଙ୍କୁ ହରାଇଥିଲେ। ଏହା ସତ୍ତ୍ୱେ ସେ ହାର ମାନି ନାହାନ୍ତି। ସବୁ ବାଧା ବିଘ୍ନକୁ ସାମ୍ନା କରି ପାଠ ପଢ଼ିଛନ୍ତି। ଆଉ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଅନ୍ୟପାଇଁ ରୋଜଗାର ମାର୍ଗ ଦର୍ଶକ ପାଲଟିଛନ୍ତି। ଏମିତି ଜଣେ ଉଦୀୟମାନ ଯୁବକ ହେଉଛନ୍ତି ଅନିଲ ବେହେରା। ନିଜେ ସ୍ୱାବଲମ୍ୱି ହେବା ସହିତ ନିଜ ଦୋକାନରେ ୮ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।

ବ୍ରହ୍ମପୁର ଗେଟବଜାର ଅଞ୍ଚଳର ଅନିଲ ବେହେରା। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପାଙ୍କୁ ହରାଇଥିଲେ। ଦାଦାଙ୍କ ପାଖରେ ରହି ପାଠ ପଢ଼ୁଥିଲେ। ଚଳିବା ପାଇଁ ବିବାହ ଉତ୍ସବରେ କ୍ୟାଟରିଂ ବୟ ଭାବେ କାମ କରୁଥିଲେ। ସେହି ସମୟରେ ତାଙ୍କର ରନ୍ଧାରନ୍ଧି ଉପରେ ବିଶେଷ ରୁଚି ଆସିଲା। ଆଉ ତା’ପରେ ଆତ୍ମ ନିର୍ଭର ହେବାର ସ୍ୱପ୍ନ ଦେଖିଲେ। ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ର ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ରାତିରେ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଅନିଲ ୧୨୦୦ ଟଙ୍କାରେ ଆରମ୍ଭ କଲେ ବେପାର। ଗୋଟିଏ ଲୁହା ଟେବୁଲ୍‌ ଉପରେ ବ୍ରେଡ୍‌ ଅମଲେଟ୍‌ ଓ ସିଝା ଅଣ୍ଡା ବିକିଲେ। ଦିନକୁ ୨୦୦ରୁ ଅଧିକ ବେପାର ହେଲା। ତେବେ ଏହି ବେପାରକୁ ବଢ଼ାଇବା ପାଇଁ ସେ ଇଚ୍ଛା କଲେ।

ପରବର୍ତ୍ତୀ ସମୟରେ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଆଗରେ ଠେଲାରେ ବେପାରକୁ ବଢ଼ାଇଲେ। ଏବେ ତାଙ୍କ ଦୋକାନରେ ବ୍ରେଡ୍‌ ଅମଲେଟ୍‌, ସିଝା ଅଣ୍ଡା, ଗଜା ମୁଗ ସାଲାଡ୍‌, ମାଣ୍ଡିଆ ପାଣି, ସିଝା ଚିକେନ, କଦଳୀ ସହ ଭଳିକି ଭଳି ସକାଳୁଆ ଖାଦ୍ୟ ବିକ୍ରି ହେଉଛି। ପ୍ରାତଃ ଭ୍ରମଣ କରିବାକୁ ଆସୁଥିବା ଲୋକମାନେ ଏହି ହେଲ୍‌ଦି ଖାଦ୍ୟ ଖାଇବା ପାଇଁ ଭିଡ଼ ଜମାଉଛନ୍ତି। ଏହି ବେପାର କରି ଅନିଲ ନିଜେ ଆତ୍ମନିର୍ଭଶୀଳ ହେବା ସହା ସହିତ ୮ ଜଣ ଲୋକଙ୍କୁ ଚାକିରି ଦେଇଛନ୍ତି। ସେହି ୮ ଜଣଙ୍କ ମଧ୍ୟରେ ୫ ଜଣ କଲେଜ ଛାତ୍ର ଅଛନ୍ତି। ଏବେ ତାଙ୍କ ଦୋକାନରେ ୩୦ ପ୍ରକାର ଆଇଟ୍‌ମ ଉପଲବ୍ଧ ହେଉଛି। ସବୁ ବର୍ଗର ଲୋକ ଏଠାକୁ ଆସି ସୁସ୍ୱାଦ ଖାଦ୍ୟ ଖାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story