ସେଦିନର ସେଇ କଳା କହାଣୀ....

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ପରେ ବିବନ ଗିରଫ  । ବିବନ ହେଉଛି ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ । ଯିଏକି ଖାଲି ଓଡ଼ିଶା ପୁଲିସ ନୁହେଁ ବରଂ ସିବିଆଇ ପାଇଁ ବି ଥିଲା ମୋଷ୍ଟ ଓ୍ୱାଣ୍ଟେଡ । ଛଦ୍ମ ନାଁରେ ନଭିମୁମ୍ବାଇରେ ରହୁଥିବା ସୁରାଗ୍ ପାଇ ତାକୁ ଧରିବାକୁ ୩ମାସ ତଳୁ କମିଶନରେଟ୍ ପୁଲିସ ଚଳାଇଥିଲା ସାଇଲେଣ୍ଟ ଭାଇପର୍ । ଶେଷରେ ତାକୁ ଧରିବା ପରେ ତା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି […]

7vb

7vb

Tapas Behera
  • Published: Monday, 22 February 2021
  • Updated: 22 February 2021, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ପରେ ବିବନ ଗିରଫ  । ବିବନ ହେଉଛି ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ । ଯିଏକି ଖାଲି ଓଡ଼ିଶା ପୁଲିସ ନୁହେଁ ବରଂ ସିବିଆଇ ପାଇଁ ବି ଥିଲା ମୋଷ୍ଟ ଓ୍ୱାଣ୍ଟେଡ । ଛଦ୍ମ ନାଁରେ ନଭିମୁମ୍ବାଇରେ ରହୁଥିବା ସୁରାଗ୍ ପାଇ ତାକୁ ଧରିବାକୁ ୩ମାସ ତଳୁ କମିଶନରେଟ୍ ପୁଲିସ ଚଳାଇଥିଲା ସାଇଲେଣ୍ଟ ଭାଇପର୍ । ଶେଷରେ ତାକୁ ଧରିବା ପରେ ତା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ସିପି ।

କମିଶନରେଟ୍ ପୁଲିସ ସିପି ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ବିବନଙ୍କୁ ଧରିବା ଏବଂ ତାର ଛଦ୍ମ ପରିଚୟ ସମ୍ପର୍କରେ ଯେଉଁ ବିସ୍ତୃତ ତଥ୍ୟ ଦେଇଛନ୍ତି ତାହା କୌଣସି ଫିଲ୍ମର କାହାଣୀଠୁ ବି କମ୍ ନୁହେଁ । ସିପି କହିଛନ୍ତି-ନଭି ମୁମ୍ବାଇର ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ ଜଣେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ୍ । ତାର ନକଲି ନାଁ ଥିଲା ଜଳନ୍ଧର ସ୍ୱାଇଁ । ଏମିତିକି ଭୋଟ ପରିଚୟ ପତ୍ର, ଆଧାର କାର୍ଡ ଓ ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ନାଁରେ ଥଲା । ହେଲେ ବାରଙ୍ଗ ଅଞ୍ଚଳରେ ରହୁଥିବା ପରିବାର ଲୋକଙ୍କ ସହ କିନ୍ତୁ ସିଧାସଳଖ ନହେଲେ ବି କାହା ନା କାହା ମାଧ୍ୟମରେ ସମ୍ପର୍କରେ ଥିଲା । ଟଙ୍କା ପଠାଇବାଠୁ  କଥା ବାର୍ତ୍ତା ଯାଏଁ ସବୁ ଭିତରେ ଭିତରେ ଚାଲିଥିଲା । ତେବେ ବିବନ୍ ବଞ୍ଚିଥିବା ସମ୍ପର୍କରେ ଚୌଦ୍ୱାର ଜେଲରୁ ଅନ୍ୟତମ ଆସାମୀ ଧିରେନ୍ଦ୍ର ମହାନ୍ତିଠୁ ସୁରାଗ୍ ପାଇବା ପରେ ତାକୁ ଧରିବାକୁ ଟ୍ୱିନ୍ ସିଟି କମିଶନର ଓ କଟକ ଡିସିପିଙ୍କୁ ନେଇ ୩ମାସ ତଳେ ଗଠନ ହୋଇଥିଲା ୪ ଜଣିଆ ଟିମ୍  । ଯାହାର ନାଁ ଥିଲାସାଇଲେଣ୍ଟ ଭାଇପର୍ । ପୁଣେ ପୁଲିସ ଜରିଆରେ ବିବନ୍ ସମ୍ପର୍କରେ ସବୁ ତଥ୍ୟ ମିଳିଥିଲା । ଆଉ ସେଇଠୁ ତାକୁ କାବୁ କରି ଭୁବନେଶ୍ୱର ଅଣାଯାଇଛିା ମାମଲାର ତଦନ୍ତ ସିବିଆଇ କରୁଥିବାରୁ ତାକୁ ଉକ୍ତ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସିପି।

ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ବିବନ୍ ତାକୁ ଫାଶି ନେହେଲେ ଆଜୀବନ ସଜା ଦିଆଯାଉ, ମୋତେ ନ୍ୟାୟ ମିଳୁ । ଆଜି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି ଢଙ୍ଗରେ ନିଜ କୋହକୁ ଚାପି ଖୋଲା ଖୋଲି ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ଅଞ୍ଜନା ମିଶ୍ର । କହିଛନ୍ତି ୨୨ ବର୍ଷ ହେଲା କଷ୍ଟ ଓ ଯନ୍ତ୍ରଣାରେ ସମୟ କାଟୁଛନ୍ତି । ବିବନକୁ ଧରିଥିବାରୁ କମିଶନରେଟ୍ ପୁଲିସକୁ  ଧନ୍ୟବାଦ ଜଣାଉଛି ।

୯ ଜାନୁଆରୀ ୧୯୯୯। ସେ କଳା କାହାଣୀ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ କେବଳ ଏକ ଘଟଣା ନଥିଲା ବରଂ ରାଜ୍ୟ ପାଇଁ ଥିଲା ଏକ କଳଙ୍କିତ ଅଧ୍ୟାୟ । କଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଜଘନ୍ୟକାଣ୍ଡ। ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ । ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି । ଘଟଣାର ୧୭ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ୍ କିନ୍ତୁ ହୋଇଯାଇଥିଲା ଫେରାର। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନେଇଥିଲା ତଦନ୍ତ ଭାର । ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ୨୯ ଏପ୍ରିଲ, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ। ତେବେ ପ୍ରଦୀପ ସାହୁର ମୃତ୍ୟୁ ଘଟିଥିବା ବେଳେ ଧିରେନ୍ଦ୍ର ଏବେ ଜେଲରେ।  ତେବେ ସେହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର ।

https://youtu.be/E86EkOusKFo

ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା ଓ କଂଗ୍ରେସ ସରକାର ବି କ୍ଷମତାରୁ ହଟିଥିଲା । ତେବେ ପ୍ରଶ୍ନ-ଅଞ୍ଜନା ଗଣଦୁଷ୍କର୍ମ ମାମଲାକୁ ନେଇ ଓଡ଼ିଶା ଜଳୁଥିବାବେଳେ ବିବନ ଭଳି ଜଣେ ସାମାନ୍ୟ ଅଭିଯୁକ୍ତ ଓଡ଼ିଶା ପାର୍ ହେଲା କିପରି ? କେଉଁ ପ୍ରଭାବଶାଳୀ ତାକୁ ସହଯୋଗ କରିଥିଲେ ? କାହିଁକି ଓଡ଼ିଶା ପୁଲିସ ଏଯାଏଁ ତାକୁ ଧରିବାକୁ ଏତେଟା ତତ୍ପରତା ଦେଖାଇନଥିଲା? ଏମିତିକି ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଳମ୍ବକୁ ନେଇ ସେତେବେଳେ ହାଇକୋର୍ଟରେ ଦାଏର ଏକ ମାମଲାର ଶୁଣାଣି କରି ୨୦୧୦ ମସିହାରେ ବିଚାରପତି ଜଷ୍ଟିସ୍ ଏ.ଏସ୍. ନାଇଡୁ ମଧ୍ୟ କ୍ଷୋଭ ପ୍ରକାଶ କରିଥିବା ଓଟିଭିକୁ  ପ୍ରତିକ୍ରିୟାରେ କହିଛନ୍ତି ।

ସେପଟେ ବିବନ ଗିରଫ ଘଟଣାରେ ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଓଡ଼ିଶା ପୁଲିସକୁ ପ୍ରଶଂସା କରିଥିବାବେଳେ, ବିଜେପି କହିଛି ଜଣେ ଅଭିଯୁକ୍ତକୁ ଧରିବାକୁ ଲାଗି ଗଲା ୨୨ବର୍ଷ । ଆଉ କଂଗ୍ରେସ କହିଛି ଦୋଷୀକୁ ଉଚିତ୍ ଦଣ୍ଡ ମିଳୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story