ସ୍ଥାୟୀ ନିଯୁକ୍ତି ଦାବିରେ ନର୍ସ ଅଟଳ, ଏମିତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ଲୋୟର ପିଏମଜିରେ ସ୍ଥାୟୀ ନିଯୁକ୍ତି ଦାବିରେ ୧୫ ଦିନରେ ଧରି ଆନ୍ଦୋଳନ ଜାରି ରଖିବା ଏଏନଏମ କର୍ମଚାରୀ ନିଜ ଜିଦରେ ଅଟଳ। ଦାବି ପୂରଣ ନହେଲେ ଧାରଣାରୁ ହଟିବେନି ବୋଲି କହିଛନ୍ତି। ୧୫ ଦିନ ୬ହଜାରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏମିତି ଅହୋରାତ୍ର ଆନ୍ଦୋଳନ କରୁଛନ୍ତି। କରୋନା ମହାମାରୀ ସଂକ୍ରମଣରେ ଯେତେବେଳେ ସମଗ୍ର ରାଜ୍ୟ ସଙ୍କଟରେ ଥିଲା, ସେହି ସମୟରେ ସରକାରଙ୍କ ଆହ୍ୱାନରେ ଏମାନେ ଆଗପଛ ଚିନ୍ତା ନକରି ଲୋକଙ୍କ ସେବା ପାଇଁ […]

anm

Ranjit Kumar Jena
  • Published: Friday, 11 December 2020
  • , Updated: 11 December 2020, 08:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ଲୋୟର ପିଏମଜିରେ ସ୍ଥାୟୀ ନିଯୁକ୍ତି ଦାବିରେ ୧୫ ଦିନରେ ଧରି ଆନ୍ଦୋଳନ ଜାରି ରଖିବା ଏଏନଏମ କର୍ମଚାରୀ ନିଜ ଜିଦରେ ଅଟଳ। ଦାବି ପୂରଣ ନହେଲେ ଧାରଣାରୁ ହଟିବେନି ବୋଲି କହିଛନ୍ତି। ୧୫ ଦିନ ୬ହଜାରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଏମିତି ଅହୋରାତ୍ର ଆନ୍ଦୋଳନ କରୁଛନ୍ତି। କରୋନା ମହାମାରୀ ସଂକ୍ରମଣରେ ଯେତେବେଳେ ସମଗ୍ର ରାଜ୍ୟ ସଙ୍କଟରେ ଥିଲା, ସେହି ସମୟରେ ସରକାରଙ୍କ ଆହ୍ୱାନରେ ଏମାନେ ଆଗପଛ ଚିନ୍ତା ନକରି ଲୋକଙ୍କ ସେବା ପାଇଁ ଆଗେଇ ଆସିଥିଲେ।

ଏମାନଙ୍କ ମଧ୍ୟରୁ କିଏ ବେକାରୀ ତ ଆଉ କିଏ ଚାକିରି ଛାଡ଼ି ନୂଆ ଜୀବିକା ପାଇଁ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ୬ ମାସ କାଳ ନିଜ ଜୀବନକୁ ପାଣି ଛଡ଼ାଇ ଏବଂ ପିଲା ପରିବାର କଥା ଚିନ୍ତା ନକରି ରୋଗୀ ସେବାରେ ଲାଗିଥିଲେ। ରାତି ଦିନ ହେଲେ ସଂକ୍ରମଣ ଥମିବା ପରେ କୋଭିଡ୍ କେୟାର ସେଣ୍ଟର ବନ୍ଦ ହୋଇଯିବାରୁ ଏମାନେ ଏବେ ସମ୍ପୂର୍ଣ୍ଣ ବେକାରୀ। ଆଉ ଏଭଳି ସମୟରେ ସରକାର ନିଯୁକ୍ତି ବଦଳରେ ଛଟେଇ କରିଥିବାରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ।

୧୫ ଦିନ ଧରି ଏଏନ୍ଏମଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ଅଧିକ ତୀବ୍ର କରିବାକୁ ୩ ଦିନ ହେବ ଆମରଣ ଅନସନରେ ବସିଛନ୍ତି ୩୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ। ଏମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିବା ବେଳେ ସେମାନଙ୍କୁ ଏବେ ମେଡିକାଲରେ ବି ଭର୍ତ୍ତି କରାଯାଇଛି।

ସେପଟେ ଧାରଣାସ୍ଥଳକୁ ଯାଇ ANMଙ୍କୁ ଆଶ୍ୱାସନା ଦେବା ସହ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଦାବି ଶୁଣିବା କିମ୍ବା ଆଲୋଚନା ପାଇଁ ଧାରଣାସ୍ଥଳକୁ ସରକାର ଆସି ନାହାନ୍ତି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ ରୋକଠୋକ୍ କହିଛନ୍ତି, ANMଙ୍କ ନିଯୁକ୍ତି କଂଣ୍ଟ୍ରାକଚୁଆଲ ଥିଲା। ଆଗକୁ ପଦବୀ ବାହାରିଲେ ଆବେଦନ କରିବାକୁ ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଏହି ଆନ୍ଦୋଳନ ଏବେ ରାଜଧାନୀରେ ସୀମିତ ହୋଇ ରହିନାହିଁ। ନର୍ସ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକା ନିଯୁକ୍ତି ଦେଇ ପରେ ଛଟେଇ କରୁଥିବା ଅଭିଯୋଗରେ ବଲାଙ୍ଗିର ଓ ରାୟଗଡ଼ାରେ ମଧ୍ୟ ଆନ୍ଦୋଳନ କରାଯାଇଛି। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ସାମ୍ନାରେ ଶତାଧିକ ସ୍ୱାସ୍ଥ୍ୟକର୍ମୀ ଧାରଣାରେ ବସିଛନ୍ତି।

Related story