ଅନୁଗୋଳରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଅନୁଗୋଳ (ବିରଜା ଦାଶ): ଆଜି ଅନୁଗୋଳ ଜିଲ୍ଲାରେ ୧୦ ନୂଆ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ବଅଁରପାଳର ଏକ ଶିଳ୍ପସଂସ୍ଥାରୁ ୫ ପୁରୁଷ ଓ ଜଣେ ମହିଳା ଥିବା ବେଳେ କିଶୋରନଗର ବ୍ଲକରେ ଏକ TMCରୁ ୨ ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଣିହାଁ ଶିଳ୍ପାଞ୍ଚଳରୁ ଜଣେ ଓ ସ୍ଥାନୀୟ ଜଣେ ପୁରୁଷ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ୧୦୬ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ […]

coronavirus

Manoranjan Sial
  • Published: Saturday, 04 July 2020
  • , Updated: 04 July 2020, 09:42 PM IST

ଅନୁଗୋଳ (ବିରଜା ଦାଶ): ଆଜି ଅନୁଗୋଳ ଜିଲ୍ଲାରେ ୧୦ ନୂଆ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ବଅଁରପାଳର ଏକ ଶିଳ୍ପସଂସ୍ଥାରୁ ୫ ପୁରୁଷ ଓ ଜଣେ ମହିଳା ଥିବା ବେଳେ କିଶୋରନଗର ବ୍ଲକରେ ଏକ TMCରୁ ୨ ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଣିହାଁ ଶିଳ୍ପାଞ୍ଚଳରୁ ଜଣେ ଓ ସ୍ଥାନୀୟ ଜଣେ ପୁରୁଷ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ୧୦୬ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୪୬ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ ୮୬୧୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯୩୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୬୭୭ ‘କରୋନା’ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୯ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।

Related story