ସୁସ୍ଥ ହେଲେ ୧୧୨ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୧୨ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ କେନ୍ଦୁଝରରୁ ୩୩, ବଲାଙ୍ଗିରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡ଼ରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଖୋଦ୍ଧାରୁ ୭, କଟକ ଓ ସୋନପୁରରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ପୁରୀ ଓ ସମ୍ୱଲପୁରରୁ ୩ ଜଣ ଲେଖାଏଁ; ନୟାଗଡ଼ରୁ ୨ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୧୭୧୬ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। […]

Corona

Manoranjan Sial
  • Published: Saturday, 06 June 2020
  • , Updated: 06 June 2020, 03:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୧୨ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ କେନ୍ଦୁଝରରୁ ୩୩, ବଲାଙ୍ଗିରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡ଼ରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଖୋଦ୍ଧାରୁ ୭, କଟକ ଓ ସୋନପୁରରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ପୁରୀ ଓ ସମ୍ୱଲପୁରରୁ ୩ ଜଣ ଲେଖାଏଁ; ନୟାଗଡ଼ରୁ ୨ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୧୭୧୬ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ସୁଦ୍ଧା ରାଜ୍ୟରେ ୨୭୮୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୬୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ସେମାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

https://twitter.com/HFWOdisha/status/1269203414552018944?s=20

ଆଜି ରାଜ୍ୟର ୧୪ ଜିଲ୍ଲାରୁ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Related story