ସୁସ୍ଥ ହେଲେ ୧୨୦ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୧୨୦ କରୋନା ଆକ୍ରାନ୍ତ। ଆଜି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ଏହି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୯୭୪ରେ ପହଞ୍ଚିଛି। ଆଜି ଯାଜପୁରରେ ସର୍ବାଧିକ ୧୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ, ନୂଆପଡ଼ାରୁ ୯, ସୁନ୍ଦରଗଡ଼ରୁ ୭, କନ୍ଧମାଳରୁ ୬, ବଲାଙ୍ଗିରରୁ ଓ […]

india-corona

Manoranjan Sial
  • Published: Tuesday, 16 June 2020
  • , Updated: 16 June 2020, 06:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୧୨୦ କରୋନା ଆକ୍ରାନ୍ତ। ଆଜି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ଏହି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୯୭୪ରେ ପହଞ୍ଚିଛି।

ଆଜି ଯାଜପୁରରେ ସର୍ବାଧିକ ୧୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ, ନୂଆପଡ଼ାରୁ ୯, ସୁନ୍ଦରଗଡ଼ରୁ ୭, କନ୍ଧମାଳରୁ ୬, ବଲାଙ୍ଗିରରୁ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, ବଲେଶ୍ୱର, ଢେଙ୍କାନାଲ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, କେନ୍ଦୁଝର, ଗଂଜାମ ଓ ପୁରୀରୁ ୩ ଜଣ ଲେଖାଏଁ, ଅନୁଗୋଳ, କଳାହାଣ୍ଡି ଓ କୋରାପୁଟରୁ ୨ ଜଣ ଲେଖାଏଁ ଏବଂ ମାଲକାନଗିରିରୁ ଜଣେ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1272853545276997632?s=20

ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯୭୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୭୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା କରୋନାରୁ ସୁସ୍ଥ ହୋଇ ୩ ଜଣ ଅନ୍ୟ ରୋଗରେ ମରିଛନ୍ତି।

Related story