ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ; ୩୯୧ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଯାଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୪ଟି ନୂଆ କେସ୍ ମଧ୍ୟରୁ ୧୨ଟି ଗଞ୍ଜାମର ହୋଇଥିବା ବେଳେ ଗୋଟିଏ ସୁନ୍ଦରଗଡ଼ ଓ ଆଉ ଗୋଟିଏ କେନ୍ଦ୍ରାପଡ଼ାର। ଗଞ୍ଜାମ ଓ କେନ୍ଦ୍ରାପଡ଼ାର ଆକ୍ରାନ୍ତମାନେ ସୁରତ ଫେରନ୍ତା। କେନ୍ଦ୍ରାପଡ଼ାରେ […]

corona1

Jitendra Garnayak
  • Published: Monday, 11 May 2020
  • , Updated: 11 May 2020, 10:22 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଯାଇଛି।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୪ଟି ନୂଆ କେସ୍ ମଧ୍ୟରୁ ୧୨ଟି ଗଞ୍ଜାମର ହୋଇଥିବା ବେଳେ ଗୋଟିଏ ସୁନ୍ଦରଗଡ଼ ଓ ଆଉ ଗୋଟିଏ କେନ୍ଦ୍ରାପଡ଼ାର। ଗଞ୍ଜାମ ଓ କେନ୍ଦ୍ରାପଡ଼ାର ଆକ୍ରାନ୍ତମାନେ ସୁରତ ଫେରନ୍ତା। କେନ୍ଦ୍ରାପଡ଼ାରେ ଚିହ୍ନଟ ବ୍ୟକ୍ତି ରାଜନଗର ଅଞ୍ଚଳର। ସେହିପରି ସୁନ୍ଦରଗଡ଼ରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ରାଉରକେଲାର। ସେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ସମସ୍ତ କରୋନା ଆକ୍ରାନ୍ତ ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

୧୨ଟି ନୂଆ କେସ୍‌ ପରେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଏଠାରେ ୧୩୬ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଛୁଇଁଛି। ସେମାନଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣ ଚିକିତ୍ସାଧୀନ ଅଛନ୍ତି। କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଓ ୭ ଜଣ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ୩୯୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୨୦ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

Related story