ଆରୋଗ୍ୟ ହେଲେ ୧୪୦ କରୋନା ଆକ୍ରାନ୍ତ; କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୁସ୍ଥ ହେଲେ ୧୪୦ ‘କରୋନା’ ଆକ୍ରାନ୍ତ। ଏଥିରୁ କଟକରୁ ସର୍ବାଧିକ ୨୪ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁର, ଖୋର୍ଦ୍ଧା ଓ ଜଗତସିଂହପୁରରୁ ୧୧ ଜଣ ଲେଖାଏ; ସୁନ୍ଦରଗଡ଼ରୁ ୮, ବଲାଙ୍ଗିର ଓ ଭଦ୍ରକରୁ ୭ ଜଣ ଲେଖାଏଁ; ଢେଙ୍କାନାଳରୁ ୫, ବରଗଡ଼, କେନ୍ଦ୍ରାପଡ଼ା, ସମ୍ୱଲପୁରରୁ ୩ ଜଣ ଲେଖାଏଁ ଏବଂ ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୨୧୩୩ […]

coronavirus-in-india

Manoranjan Sial
  • Published: Tuesday, 09 June 2020
  • , Updated: 09 June 2020, 03:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୁସ୍ଥ ହେଲେ ୧୪୦ ‘କରୋନା’ ଆକ୍ରାନ୍ତ। ଏଥିରୁ କଟକରୁ ସର୍ବାଧିକ ୨୪ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁର, ଖୋର୍ଦ୍ଧା ଓ ଜଗତସିଂହପୁରରୁ ୧୧ ଜଣ ଲେଖାଏ; ସୁନ୍ଦରଗଡ଼ରୁ ୮, ବଲାଙ୍ଗିର ଓ ଭଦ୍ରକରୁ ୭ ଜଣ ଲେଖାଏଁ; ଢେଙ୍କାନାଳରୁ ୫, ବରଗଡ଼, କେନ୍ଦ୍ରାପଡ଼ା, ସମ୍ୱଲପୁରରୁ ୩ ଜଣ ଲେଖାଏଁ ଏବଂ ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୨୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/HFWOdisha/status/1270294900697956353?s=20

ଆଜି ସୁଦ୍ଧା ରାଜ୍ୟରେ ୩୧୪୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୧୦୦୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

Related story