ଆରୋଗ୍ୟ ହେଲେ ୧୪୩ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାମାରୀ ‘କରୋନା’ରୁ ଆରୋଗ୍ୟ ହେଲେ ୧୪୩ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ୩୮୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ଆରୋଗ୍ୟ ଲାଭ କରିଥିବା ୧୪୩ ଜଣ ମଧ୍ୟରୁ ଗଜପତି ଜିଲ୍ଲାରୁ ୧୮ ଜଣ ଅଛନ୍ତି। ସେହିପରି ବରଗଡ଼ରୁ ୧୫, ମାଲକାନଗିରିରୁ ୧୫, ପୁରୀରୁ ୧୫, ବଲାଙ୍ଗିରିରୁ ୧୨, କଟକରୁ ୧୦, ଖୋର୍ଦ୍ଧାରୁ ୯, […]

coronavirus-in-india

Manoranjan Sial
  • Published: Monday, 22 June 2020
  • , Updated: 22 June 2020, 04:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାମାରୀ ‘କରୋନା’ରୁ ଆରୋଗ୍ୟ ହେଲେ ୧୪୩ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ୩୮୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ଆରୋଗ୍ୟ ଲାଭ କରିଥିବା ୧୪୩ ଜଣ ମଧ୍ୟରୁ ଗଜପତି ଜିଲ୍ଲାରୁ ୧୮ ଜଣ ଅଛନ୍ତି। ସେହିପରି ବରଗଡ଼ରୁ ୧୫, ମାଲକାନଗିରିରୁ ୧୫, ପୁରୀରୁ ୧୫, ବଲାଙ୍ଗିରିରୁ ୧୨, କଟକରୁ ୧୦, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୮, କେନ୍ଦ୍ରାପଡ଼ାରୁ ୬; ବାଲେଶ୍ୱର, ଢେଙ୍କାନାଳ ଓ ସମ୍ୱଲପୁରରୁ ୫ ଜଣ ଲେଖାଏ; ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏ; କନ୍ଧମାଳ ଓ କେନ୍ଦୁଝରରୁ ୨ ଜଣ ଲେଖାଏ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1275011780830310401?s=20

କରୋନାକୁ ନେଇ ଦେଖିଲେ ଆଜି ସୁଦ୍ଧା ରାଜ୍ୟରେ ୫୩୦୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୪୪୦ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୬ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Related story