ପୁଣି ୧୫୩ ‘କରୋନା’ ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରୁ ଆଜି ପୁଣି ୧୫୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୨୦୦ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ୧୫୩ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ କଟକରୁ ସର୍ବାଧିକ ୪୩ ଜଣ ଅଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯, କଳାହାଣ୍ଡିରୁ ୭; ବାଲେଶ୍ୱର, […]

corona-1

Manoranjan Sial
  • Published: Friday, 19 June 2020
  • , Updated: 19 June 2020, 04:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରୁ ଆଜି ପୁଣି ୧୫୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୨୦୦ ଜଣ ସୁସ୍ଥ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୧୫୩ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ କଟକରୁ ସର୍ବାଧିକ ୪୩ ଜଣ ଅଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯, କଳାହାଣ୍ଡିରୁ ୭; ବାଲେଶ୍ୱର, ଦେବଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ; ବଲାଙ୍ଗିର, ଝାରସୁଗୁଡ଼ା ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ କୋରାପୁଟରୁ ଜଣେ ଅଛନ୍ତି।

https://twitter.com/HFWOdisha/status/1273934777930801153?s=20

ଆଜି ସୁଦ୍ଧା ‘କରୋନା’ରେ ୪୬୭୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୪୭୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୩ ଜଣ ‘କରୋନା’ରୁ ଆରୋଗ୍ୟ ଲାଭ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Related story