କଟକ ସହରରୁ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ହେଉଛନ୍ତି କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳର। ସିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହି ୧୬ ଜଣଙ୍କ ମଧ୍ୟରୁ ୬ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ। ୨ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ଗୁଡ଼ିକ ଲୋକାଲ୍ କେସ୍। #COVID19 update in Cuttack city (CMC […]

corona-2.5

Jitendra Garnayak
  • Published: Monday, 13 July 2020
  • , Updated: 13 July 2020, 02:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ହେଉଛନ୍ତି କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳର। ସିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ଏହି ୧୬ ଜଣଙ୍କ ମଧ୍ୟରୁ ୬ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ। ୨ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ଗୁଡ଼ିକ ଲୋକାଲ୍ କେସ୍।


୧୬ ନୂଆ କେସ୍ ସହିତ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇସାରିଲେଣି। ୧୨୮ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି।

Related story