କଟକ ସହରରେ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ୨୭ଟି ନୂଆ କରୋନା ପଜିଟିଭ୍ କେସ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ସହର (ମହାନଗର ନିଜମ ଅଞ୍ଚଳ)ର କେବଳ ୧୬ ଜଣ ଅଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ୧୬ଟି କେସ୍ ମଧ୍ୟରୁ ୧୪ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ୨ଟି ଲୋକାଲ୍ କେସ୍‌। ଦୁଇଟି ଲୋକାଲ୍ କେସ୍ ମଧ୍ୟରୁ ଗୋଟିଏ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଏଆଇଆର୍ କଲୋନୀର ଓ ଅନ୍ୟଟି […]

corona-4.5

Jitendra Garnayak
  • Published: Sunday, 19 July 2020
  • , Updated: 19 July 2020, 02:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରୁ ୨୭ଟି ନୂଆ କରୋନା ପଜିଟିଭ୍ କେସ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ସହର (ମହାନଗର ନିଜମ ଅଞ୍ଚଳ)ର କେବଳ ୧୬ ଜଣ ଅଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ୧୬ଟି କେସ୍ ମଧ୍ୟରୁ ୧୪ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଉ ୨ଟି ଲୋକାଲ୍ କେସ୍‌।

ଦୁଇଟି ଲୋକାଲ୍ କେସ୍ ମଧ୍ୟରୁ ଗୋଟିଏ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଏଆଇଆର୍ କଲୋନୀର ଓ ଅନ୍ୟଟି ମଙ୍ଗଳାବାଗ ଅଞ୍ଚଳର।

ସେହିପରି ବାକି ୧୪ ଜଣ (ହୋମ୍‌କ୍ୱାରେଣ୍ଟାଇନ୍‌ରେ ଥିଲେ)‌  ରାଉସପାଟଣା, ଗଣେଶ ଘାଟ, ଗୋପାଳ ସାହି, ବାଲୁ ବଜାର, ବାଦାମବାଡ଼ିର ଶଙ୍କରପୁରର ପରିଡ଼ା ସାହି, ପୁରୀ ଘାଟ ଓ ରାଣୀହାଟ ଅଞ୍ଚଳର ବାସିନ୍ଦା।

୧୬ଟି ନୂଆ କେସ୍ ସହିତ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୦୦ ଜଣ ସୁସ୍ଥ ହୋଇଥିବା ବେଳେ ୧୪୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କ ମୃତ୍ୟୁ ଘଟିଛି।

Related story