ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୮୨୪ ଆକ୍ରାନ୍ତ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯୧୨୪୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି ଓଡ଼ିଶାରୁ ସର୍ବାଧିକ କଟକରୁ ୩୯୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୯୬, ବାଲେଶ୍ୱରରୁ ୨୪୫, ମୟୂରଭଞ୍ଜରୁ ୨୦୨, ଯାଜପୁରରୁ ୧୯୦, କେନ୍ଦ୍ରାପଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୪, ଭଦ୍ରକରୁ […]

Corona1

Ranjit Kumar Jena
  • Published: Sunday, 11 July 2021
  • , Updated: 11 July 2021, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୮୨୪ ଆକ୍ରାନ୍ତ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯୧୨୪୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ଓଡ଼ିଶାରୁ ସର୍ବାଧିକ କଟକରୁ ୩୯୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୯୬, ବାଲେଶ୍ୱରରୁ ୨୪୫, ମୟୂରଭଞ୍ଜରୁ ୨୦୨, ଯାଜପୁରରୁ ୧୯୦, କେନ୍ଦ୍ରାପଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୪, ଭଦ୍ରକରୁ ୧୪୧, ପୁରୀରୁ ୧୨୬, ନୟାଗଡ଼ରୁ ୧୦୬ ଓ କେନ୍ଦୁଝରରୁ ୧୦୧ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୮୨, ମାଲକାନଗିରିରୁ ୬୯, ସୁନ୍ଦରଗଡ଼ରୁ ୬୧, କୋରାପୁଟରୁ ୫୮, ଅନୁଗୋଳରୁ ୫୨, ରାୟଗଡ଼ାରୁ ୪୫, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୨୩, ସମ୍ବଲପୁରରୁ ୨୨, ନବରଙ୍ଗପୁରରୁ ୧୯, ବରଗଡ଼ରୁ ୧୮, ସୋନପୁରରୁ ୧୩, ଜଗପତି ୧୧, ବୌଦ୍ଧରୁ ୯, ନୂଆପଡ଼ାରୁ ୯, ବଲାଙ୍ଗିରରୁ ୬, ଝାରସୁଗୁଡ଼ାରୁ ୬, ଦେବଗଡ଼ରୁ ୫ ଓ ଷ୍ଟେଟ୍ ପୁଲରୁ ୬୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1414228275291824139?s=20

https://twitter.com/HFWOdisha/status/1414228280039776258?s=20

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୬୭ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୫ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି।

Related story