ମୟୂରଭଞ୍ଜରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚି ଯାଇଛି। ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଞ୍ଚିଛି। ମୟୂରଭଞ୍ଜର ସମସ୍ତ ୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ […]

virus

Jitendra Garnayak
  • Published: Saturday, 09 May 2020
  • , Updated: 09 May 2020, 08:51 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚି ଯାଇଛି। ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଞ୍ଚିଛି।

ମୟୂରଭଞ୍ଜର ସମସ୍ତ ୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୨୨୨ଟି କେସ୍ ସକ୍ରିୟ ରହିଛି।

ବର୍ତ୍ତମାନ ସୁଦ୍ଧା କେଉଁ ଜିଲ୍ଲାରେ କେତେ

ଗଞ୍ଜାମ- ୮୩ (ଚିକିତ୍ସାଧୀନ), ଯାଜପୁର- ୫୫ (ଜଣେ ସୁସ୍ଥ, ୫୪ ଚିକିତ୍ସାଧୀନ), ଖୋର୍ଦ୍ଧା- ୫୦ (୩୨ ସୁସ୍ଥ, ୧୬ ଚିକିତ୍ସାଧୀନ, ୨ ମୃତ), ବାଲେଶ୍ୱର – ୨୭ (୫ ସୁସ୍ଥ, ୨୨ ଚିକିତ୍ସାଧୀନ) ଭଦ୍ରକ-୨୫ (୧୨ ସୁସ୍ଥ, ୧୩ ଚିକିତ୍ସାଧୀନ), ସୁନ୍ଦରଗଡ଼- ୧୩ (୬ ସୁସ୍ଥ, ୭ ଚିକିତ୍ସାଧୀନ), କେନ୍ଦ୍ରାପଡ଼ା- ୮ (୨ ସୁସ୍ଥ, ୬ ଚିକିତ୍ସାଧୀନ), ଜଗତସିଂହପୁର- ୫ (ଚିକିତ୍ସାଧୀନ), ବଲାଙ୍ଗୀର-୨ (ଚିକିତ୍ସାଧୀନ), କଟକ-୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଝାରସୁଗୁଡ଼ା-୨ (ଚିକିତ୍ସାଧୀନ), କଳାହାଣ୍ଡି- ୨ (ସୁସ୍ଥ), କେନ୍ଦୁଝର- ୨ (ଚିକିତ୍ସାଧୀନ), ଦେବଗଡ଼-୧ (ଚିକିତ୍ସାଧୀନ), ଢେଙ୍କାନାଳ-୧ (ସୁସ୍ଥ), କୋରାପୁଟ- ୧ (ଚିକିତ୍ସାଧୀନ), ପୁରୀ- ୧ (ସୁସ୍ଥ)

Related story