ନାବାଳିକାଙ୍କ ସମେତ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ୨୫ ଶହ ଡେଇଁଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଗତ ଚାରି ଦିନ ଧରି ଏହା ୨୫ ଉପରେ ରହିଥିବା ବେଳେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନାରେ ଆଉ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ନାବାଳିକା ରହିଛନ୍ତି। ଏହି ନାବାଳିକାଙ୍କୁ ୧୩ ବର୍ଷ ହୋଇଥିଲା। ସେ […]

Awareness pictures to wear mask

Jitendra Garnayak
  • Published: Monday, 24 May 2021
  • , Updated: 24 May 2021, 10:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଗତ ଚାରି ଦିନ ଧରି ଏହା ୨୫ ଉପରେ ରହିଥିବା ବେଳେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନାରେ ଆଉ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ନାବାଳିକା ରହିଛନ୍ତି। ଏହି ନାବାଳିକାଙ୍କୁ ୧୩ ବର୍ଷ ହୋଇଥିଲା। ସେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଥିଲେ। ସେ Pulmonary Tuberculosis ରୋଗରେ ମଧ୍ୟ ପୀଡ଼ିତ ଥିଲେ।

୧୩ଟି ଜିଲ୍ଲାରୁ ଏହି ୩୧ ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ରହିଛନ୍ତି। ଗଞ୍ଜାମ ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଅନୁଗୋଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜି ଥିବା ବେଳେ ବଲାଙ୍ଗିର, କଟକ, କେନ୍ଦୁଝର, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ଆଉ ୬ ଜଣଙ୍କ ଜୀବନ ଯିବା ସହିତ ଖୋର୍ଦ୍ଧା ଜିଲ୍ଲାରୁ କରୋନାରେ ଏଯାବତ ୪୪୧ ଜଣଙ୍କ ମୃତ୍ୟୁ ଘଟିଲାଣି, ଯାହା ସାରା ରାଜ୍ୟରେ ସର୍ବାଧିକ। ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମରେ ୨୭୭, କଟକରେ ୧୫୪, ପୁରୀରେ ୧୫୩, ଅନୁଗୋଳରେ ୭୫, ବଲାଙ୍ଗିରରେ ୬୦,ଗଜପତିରେ ୪୯, ଝାରସୁଗୁଡ଼ାରେ ୩୬, କଳାହାଣ୍ଡିରେ ୮୯, କେନ୍ଦୁଝରରେ ୪୯, ନୟାଗଡ଼ରେ ୪୯ ଓ ସମ୍ବଲପୁର ଜିଲ୍ଲାରେ ୮୮କୁ ବୃଦ୍ଧି ପାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୦୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ଡେଇଁଛି। ଅବଶ୍ୟ ସେମାନଙ୍କ ମଧ୍ୟରୁ ୫.୮୯ ଲକ୍ଷରୁ ଅଧିକ ଜଣ ସୁସ୍ଥ ହୋଇସାରିଲେଣି।

Related story