ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୦ କରୋନା ଆକ୍ରାନ୍ତ ମୃତ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି।
ଅନୁଗୋଳ, କଟକ, କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।
ଦେବଗଡ଼, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, ଢେଙ୍କନାଳ, ଯାଜପୁର ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି।
ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଥିବା ବେଳେ କଟକରେ ୧୭୫, କଳାହାଣ୍ଡିରେ ୧୨୧ ଓ ଖୋର୍ଦ୍ଧାରେ ୪୭୬କୁ ବୃଦ୍ଧି ପାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ସଂଖ୍ୟା ୫୮କୁ ବୃଦ୍ଧି ପାଇଥିବା ବେଳେ ବୌଦ୍ଧରେ ୪୫, ରାୟଗଡ଼ାରେ ୧୧୨, ଦେବଗଡ଼ରେ ୧୭, ସମ୍ବଲପୁରରେ ୯୧ ଓ ନବରଙ୍ଗପୁର ଜିଲ୍ଲାରେ ୪୦ରେ ପହଞ୍ଚିଛି।
ସେହିପରି ବାଲେଶ୍ୱର ଜିଲ୍ଲାରେ ଏଯାବତ ୧୦୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଢେଙ୍କନାଳରେ ୩୭, ଯାଜପୁରରେ ୩୦ ଓ ମାଲକାନଗିରିରେ ୩୨ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।