ଖୋଲିବ ଆଉ ୬୫ଟି ନୂଆ ଜେଏମଏଫସି କୋର୍ଟ, ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୫ଟି ନୂଆ ଜେଏମଏଫସି କୋର୍ଟ(ସିଭିଲ ଜଜ-ଜୁନିୟର ଡିଭିଜନ) ଖୋଲିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଏନେଇ ହାଇକୋର୍ଟଙ୍କ ପ୍ରଶାସନିକ ସ୍ପେଶାଲ ଅଫିସର ବାସୁଦେବ ଆଚାର୍ଯ୍ୟ ଗତକାଲି ସମସ୍ତ ଜିଲ୍ଲା ସେସନ୍ ଜଜଙ୍କୁ ଅବଗତ କରିବା ସହ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ତୁରନ୍ତ ଜଣାଇବାକୁ କହିଛନ୍ତି। ରାଜ୍ୟର ୨୫ଟି ଜିଲ୍ଲାରେ ଏହି ୬୫ଟି ଜେଏମଏଫସି କୋର୍ଟ ସ୍ଥାପନ ହେବ। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୬ଟି କୋର୍ଟ, ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରେ […]

highcourt-1.1

Manoranjan Sial
  • Published: Saturday, 08 August 2020
  • , Updated: 08 August 2020, 09:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୫ଟି ନୂଆ ଜେଏମଏଫସି କୋର୍ଟ(ସିଭିଲ ଜଜ-ଜୁନିୟର ଡିଭିଜନ) ଖୋଲିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଏନେଇ ହାଇକୋର୍ଟଙ୍କ ପ୍ରଶାସନିକ ସ୍ପେଶାଲ ଅଫିସର ବାସୁଦେବ ଆଚାର୍ଯ୍ୟ ଗତକାଲି ସମସ୍ତ ଜିଲ୍ଲା ସେସନ୍ ଜଜଙ୍କୁ ଅବଗତ କରିବା ସହ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ତୁରନ୍ତ ଜଣାଇବାକୁ କହିଛନ୍ତି।

ରାଜ୍ୟର ୨୫ଟି ଜିଲ୍ଲାରେ ଏହି ୬୫ଟି ଜେଏମଏଫସି କୋର୍ଟ ସ୍ଥାପନ ହେବ। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୬ଟି କୋର୍ଟ, ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରେ ୫ଟି ଲେଖାଏଁ କୋର୍ଟ, କୋରାପୁଟ ଜିଲ୍ଲାରେ ୩ଟି କୋର୍ଟ, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାରେ ୩ଟି ଲେଖାଏଁ କୋର୍ଟ ସାମିଲ ଅଛି।

Related story