ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଉ ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ରେ ପହଞ୍ଚିଛି।
ଏହି ୫୨ ଜଣଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୮ଟି ହେଉଛି ଲୋକାଲ୍ କେସ୍। ସେହିପରି ୨୯ ଜଣ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ୱରର ୧୧୮୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୨୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୪୬ ଜଣ ଚିକିତ୍ସିତ ହେଉଛନ୍ତି। ୧୧ ଜଣଙ୍କର ମୃତ୍ୟୁ ଘଟିଛି।
Update on newly detected & cured #COVID19 cases in the last 24 hrs under the BMC area on 19th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/G3KQTElIWI— BMC (@bmcbbsr) July 19, 2020